ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା। କଲବଲ କରିସାରିଲାଣି କରୋନାର ଦ୍ୱିତୀୟ ଲହର । ଏହି ମହାମାରୀ ଲଢ଼ଇରେ ଏକମାତ୍ର ବିକଳ୍ପ ହେଉଛି ଭ୍ୟାକ୍ସିନ। ତେଣୁ ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଟିବା ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଟିକାକୁ ନେଇ ମନରେ ଦ୍ୱନ୍ଦ୍ୱ ଆଣନ୍ତୁ ନାହିଁ କି ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆଜି ମନ୍ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ସମସ୍ତେ ଟିକା ନେବା ଜରୁରୀ ବୋଲି ମୋଦି କହିଛନ୍ତି।
ସେହିପରି କରୋନା ଯୁଦ୍ଧରେ ମାସ୍କ ପିନ୍ଧିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଟିକା ନେବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। କରୋନା ସଂକ୍ରମଣ ନାହିଁ ବୋଲି ଭାବିବା କିମ୍ବା ଭ୍ରମରେ ନରହିବାକୁ ସେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି।
ମନ କି ବାତ୍ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ କ୍ରୀଡାବିତ୍ମାନଭ୍କୁ ଅଭିବାଦନ ଜଣାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖେଳାଳିଙ୍କ ପାଇଁ ‘ଚିୟର୍ ଇଣ୍ଡିଆ’ ହ୍ୟାସ୍ଟ୍ୟାଗ ବ୍ୟବହାର କରିବା ଲାଗି ମୋଦି ନାଗରିକମାନଙ୍କୁ କହିଛନ୍ତି। ଏଥସହ ସ୍ୱର୍ଗତ ମିଲ୍ଖା ସିଂହଙ୍କ କଥା ମଧ୍ୟ ମନେ ପକାଇଛନ୍ତି ମୋଦି।
ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ପୁଣି ଥରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦେଶ ଜଣେ କର୍ମବୀରଙ୍କୁ ହରାଇଲା। କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ସେ ନିଜର ସରକାରୀ କର୍ତ୍ତବ୍ୟ ଜାରି ରଖିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ କିପରି ଅକ୍ସିଜେନ ପହଞ୍ଚିବ ସେ ତାହାର ବ୍ୟବସ୍ଥା କରୁଥିଲେ। ତାଙ୍କର ଅସୁସ୍ଥତା ବଢି ଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରିଚାଲିଥିଲେ। କରୋନା ତାଙ୍କୁ ଆମଠାରୁ ଛଡ଼େଇ ନେଲା ବୋଲି ମୋଦି କହିଛନ୍ତି।
The post ମୋଦି କହିଲେ-ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ appeared first on Odisha Reporter.
from Odisha Reporter https://ift.tt/3w47EMF
No comments:
Post a Comment