ନୂଆଦିଲ୍ଲୀ: ଦୁର୍ବଳ ହେବାରେ ଲାଗିଛି କୋଭିଡ ସଂକ୍ରମଣ। ୮୧ ଦିନ ପରେ ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଦେଶରେ ବିଗତ ୨୪ ଘଣ୍ଟାରେ ୫୮,୪୧୯ ଜଣ କୋଭିଡରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭,୬୧୯ ଜଣ ଏହି ଅବଧି ମଧ୍ୟରେ ଆରୋଗ୍ୟ ହୋଇଛନ୍ତି। ସେହିପରି ୧,୫୭୬ ଜଣଙ୍କର ଏହି ଅବଧିରେ ମୃତ୍ୟୁ ଘଟିଛି। ଏବେ ଦେଶରେ ମୋଟ୍ ୭,୨୯,୨୪୩ ରେକର୍ଡ କରାଯାଇଥିଲା। ଏହାର ଠିକ୍ ୮୧ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୩୦ରେ ୫୩,୨୩୭ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ଦେଶରେ କ୍ରମାଗତ ୩୮ ଦିନ ହେବ ସଂକ୍ରମିତଙ୍କ ଅପେକ୍ଷା ଆରୋଗ୍ୟ ସଂଖ୍ୟା ୨୪ ଘଣ୍ଟାରେ ଅଧିକ ରହିଛି। ଗତକାଲି ସକାଳ ୯ଟରୁ ଆଜି ସକାଳ ୯ଟା ମଧ୍ୟରେ ୧୮ ଲକ୍ଷ କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରୁ ମୋଟ୍ ୫୮,୪୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଟେଷ୍ଟ ସଂଖ୍ୟା ଏବଂ ପଜିଟିଭି ରିପୋର୍ଟ ଅନୁସାରେ ଏବେ ଦୈନିକ ପଜିଟିଭ ହାର ୩ ପ୍ରତିଶତରୁ ଅଧିକ ରହିଛି।
ମୋଟ୍ ସଂକ୍ରମିତ ସଂଖ୍ୟାକୁ ଦେଖିଲେ ସାରା ଦେଶରେ ୨,୯୮,୮୧,୯୬୫ ଜଣ କୋଭିଡରେ ସଂକ୍ରମିତ ହୋଇଖିବା ବେଳେ ୨,୮୭,୬୬,୦୦୯ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ମୋଟ୍ ୩,୮୬,୭୧୩ ଜଣ କୋଭିଡରେ ପ୍ରାଣ ହାରିଛନ୍ତି। ସେହିପରି ଏଯାବତ ମୋଟ ୨୭,୬୬,୯୩,୫୭୨ ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ଲହର ଧିମେଇବାରୁ ବିଭିନ୍ନ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶର ପ୍ରାୟ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ତିଆରି କରିବା ସହିତ କୋଭିଡ ହସ୍ପିଟାଲ ତିଆରି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଆସନ୍ତାକାଲି (ଜୁନ ୨୧) ପାଖରୁ ଦେଶର ସମସ୍ତ ସ୍ଥାନରେ ୧୮ରୁ ଅଧିକ ବୟସ୍କଙ୍କୁ କେନ୍ଦ୍ର ସରକାର ଟିକାକରଣ ଆରମ୍ଭ କରିବାକୁ ଯାଉଛନ୍ତି।
The post ୮୧ ଦିନ ପରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3gJ2JfG
No comments:
Post a Comment