ମୁମ୍ବାଇ: ସବୁବେଳେ ହସହସ ମୁଁହରେ ରହୁଥିବା ନେହା କକ୍କର ଏଥର କିନ୍ତୁ ରାଗରେ ପାଚି ଲାଲ ପଡିଛନ୍ତି। ନିଜ ଉଚ୍ଚତା ପାଇଁ ବିଭିନ୍ନ ସମୟରେ ଟ୍ରୋଲର ଶିକାର ହେଉଥିବା ନେହାଙ୍କୁ ଏଥର ଟାର୍ଗେଟ କରିଥିଲେ କମେଡିଆନ କିକୁ ସାରଦା। କିକୁଙ୍କ କମେଣ୍ଟ ଅସହ୍ୟ ହେବାରୁ ନାଁ ନନେଇ ସୋଶାଲ ମିଡ଼ିଆରେ ନିଜ ରାଗ ଝାଡ଼ିଛନ୍ତି ନେହା।
କିଛି ଦିନ ପୂର୍ବେ କିକୁ ନିଜ ସାଥୀ କମେଡିଆନ ଗୌରବ ଗେରାଙ୍କ ସହ ମିଶି ନେହାଙ୍କ ଉଚ୍ଚତାକୁ ନେଇ ଖୁବ୍ ମଜାକ୍ ଉଡ଼ାଇଥିଲେ। ଏହା ନେହାଙ୍କୁ ଖୁବ୍ ବାଧି ଥିବା ବେଳେ ଇନଷ୍ଟାଗ୍ରାମରେ ସେ କିକୁଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି।
କାହାରି ନାଁ ନ ନେଇ ନେହା ଲେଖିଛନ୍ତି, ମୋ ଗୀତକୁ ଖୁବ ଏନଜୟ କରୁଛ, ମୋ ଗୀତ ବିନା ପାର୍ଟି କରିବା ମୁସ୍କିଲ। ନିଜ ନିଜ ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡଙ୍କୁ ମୋ ଗୀତ ଶୁଣଉଛ, ହେଲେ ଏତେ ଘୃଣା କ’ଣ ପାଇଁ ? ଆଜିକାଲି ଖୁସି ବହୁ କଷ୍ଟରେ ମିଳୁଛି। ଯେଉଁମାନଙ୍କ ପାଇଁ ଆମେ ନିଜ ଜୀବନରେ ଖୁସି ରହୁଛୁ, ସେମାନଙ୍କ ନିକଟରେ ଆମେ କୃତଜ୍ଞ ହେବା ଉଚିତ। ମୋର ସବୁ ଗୀତରେ ଏନଜୟ କରିବା ପରେ ଏ ସବୁ କ’ଣ?
ଏଥିସହ ସେ ଲେଖିଛନ୍ତି, ଏପରି ନେଗେଟିଭ କଣ୍ଟେଣ୍ଟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଲଜ୍ୟା ଆସିଵା ଦରକାର। ମୋତେ ଏତେ ଘୃଣା ଯଦି କରୁଛ, ତେବେ ମୋ ଗୀତର ବ୍ୟବହାର କରିବା ବନ୍ଦ କରିଦେବା ଉଚିତ।
ଏପରି ସ୍ଥିତିର ସମ୍ମୁଖୀନ ହେବା ସମୟରେ ନିଜକୁ ବହୁ କଷ୍ଟରେ ସମ୍ଭାଳନ୍ତି ବୋଲି କହିଛନ୍ତି ନେହା। ଏନେଇ ନେହା କହିଛନ୍ତି, ମୋ ହାଇଟ୍ କମ୍ ହେଲେ କ’ଣ ହେଲା, ମୁଁ ସବୁଠୁ ସୁନ୍ଦର ବୋଲି ମୋର ବିଶ୍ୱାସ ରହିଛି।
ଇଣ୍ଡିଆନ ଆଇଡଲରେ ଜଜ୍ ସିଟରେ ବସୁଥିବା ନେହା ଗତ କିଛି ଏପିସୋଡ଼ରେ ଟ୍ରୋଲର ଶିକାର ହୋଇଛନ୍ତି। କିଶୋର କୁମାରଙ୍କ ଏକ ଗୀତ ଗାଇ ସମାଲୋଚନାର ଶିକାର ହୋଇଥିବା ନେହାଙ୍କୁ ଅଭିଜିତ ଭଟ୍ଟାଚାର୍ଯ୍ୟ ବି ଖୁବ କମେଣ୍ଟ କରିଥିଲେ। ୪ଟି ଗୀତ ଗାଇଥିବା ସିଙ୍ଗରଙ୍କୁ ଜଜ ସିଟ୍ରେ ବସାଯାଉଥିବା ସେ କହିଥିଲେ।
The post ‘ମୋତେ ଘୃଣା କରୁଛ, ହେଲେ ମୋ ଗୀତ ଏନଜୟ କରୁଛ’ appeared first on Odisha Reporter.
from Odisha Reporter https://ift.tt/3zI5aXp
No comments:
Post a Comment