ନୂଆଦିଲ୍ଲୀ: ୧୯୮୪ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ ଅନୁପ ଚନ୍ଦ୍ର ପାଣ୍ଡେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟ ସୂଚନା ଦେଇଛି।
୨୦୧୯ ମସିହାରେ ଅନୁପ ଚନ୍ଦ୍ର ପାଣ୍ଡେ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାର ଥିଲା। ତେବେ ଯୋଗୀ ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ। ଏହାପରେ ସେ ଅବସର ନେଇଥିଲେ।
ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଅବସର ନେବା ପରେ ୩ ଜଣିଆ କମିଶନରେ ଗୋଟିଏ ପଦ ଖାଲି ପଡ଼ିଥିଲା। ବର୍ତ୍ତମାନ ଅନୁପ ଚନ୍ଦ୍ରଙ୍କ ନିଯୁକ୍ତି ପରେ ଏହି ତିନୋଟି ପଦବୀ ପୂରଣ ହୋଇଛି। ଅନୁପଙ୍କ ପୂର୍ବରୁ ନିର୍ବାଚନ କମିଶନ ପଦବୀରେ ଅଛନ୍ତି ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାର।
ଅନୁପ ଚନ୍ଦ୍ର ପାଣ୍ଡେ ୧୫ ଫେବୃଆରୀ ୧୯୫୯ରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ଅନୁପ ଚନ୍ଦ୍ର ପାଣ୍ଡେ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଇତିହାସରେ ପିଏଚଡି କରିଛନ୍ତି। ଏହା ବ୍ୟତୀତ ଏମବିଏ ମଧ୍ୟ କରିଛନ୍ତି। ୩୧ ଅଗଷ୍ଟ ୨୦୧୯ରେ ଅବସର ନେବା ପୂର୍ବରୁ ପାଣ୍ଡେ ଉତ୍ତରପ୍ରଦେଶର ଭିତ୍ତିଭୂମି ତଥା ଶିଳ୍ପ ବିକାଶ ବିଭାଗରେ କମିଶନର ଭାବରେ କାମ କରିଛନ୍ତି।
ନିର୍ବାଚନ କମିଶନର ଭାବରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଜୁନ୍ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ଦିନ ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ରାଷ୍ଟ୍ରପତି ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ସମ୍ବିଧାନର ଧାରା ୩୨୪ର ଧାରା (୨) ଅନୁଯାୟୀ ନିର୍ବାଚନ କମିଶନର ପଦରେ ନିଯୁକ୍ତ କରିଛନ୍ତି।
The post ଅବସରପ୍ରାପ୍ତ ଆଇଏଏସ ଅନୁୁପ ଚନ୍ଦ୍ର ହେଲେ ଦେଶର ମୁଖ୍ୟ ନିର୍ବାଚନ କମିଶନର appeared first on Odisha Reporter.
from Odisha Reporter https://ift.tt/3ggUzdm
No comments:
Post a Comment