ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ୪୦ରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା ବେଳେ ହଜାର ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ କଟକଣାକୁ ଫୁ’ କରି ଉଡାଇ ଦେଇଛନ୍ତି ବୌଦ୍ଧ ଜିଲ୍ଲା ଜିଲ୍ଲାର କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଲୋକମାନେ। ସବୁ କଟକଣାକୁ ଉଲ୍ଲଙ୍ଘନ କରି ଲୋକମାନେ ଗାଁ ପୋଖରୀରେ ଏକ ସଙ୍ଗେ ମାଛ ଧରୁଥିବା ଦେଖିବାକୁ ମିଳିଛି।
ଉମା ପଞ୍ଚାୟତର ଗାଁ ମୁଣ୍ଡରେ ରହିଛି ବିରାଟକାୟ ପୋଖରୀ। ଏହି ପୋଖରୀକୁ କାହାରିକୁ ନିଲାମ ଦିଆଯାଇନାହିଁ। ପ୍ରବଳ ଖରା ଯୋଗୁ ପୋଖରୀରେ ପାଣି ଶୁଖି ଯାଇଛି। ତେଣୁ ଗାଁର ଶତାଧିକ ଲୋକ ଆଜି ପୂର୍ବାହ୍ନରେ ପୋଖରୀରେ ପଶି ମାଛ ମାରୁଥିବା ଦେଖିବାକୁ ମିଳିଥିଲା। କିଏ ଖେପା ଧରିଥିଲା ତ ଆଉ କିଏ ଜାଲ ଧରି ମଛ ଧରୁଥିଲା। ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ଲୋକମାନେ ମାଛ ଧରିଥିଲେ। ଏହାଛଡ଼ା ବହୁ ଲୋକ ପୋଖରୀ ହୁଡାରେ ବସି ମାଛ ଧରା ଦୃଶ୍ୟକୁ ଉପଭୋଗ କରୁଥିଲେ। ସେମାନେ ମଧ୍ୟ ସାମାଜିକ ଦୂରତାକୁ ମାନି ନଥିବା ଦେଖିବାକୁ ମିଳିଛି। କଣ୍ଟାମାଳ ବିଡିଓଙ୍କ ତାଗିଦ ପରେ ଗାଁ ଲୋକେ ପୋଖରୀରୁ ବାହାରି ଥିବା ଜଣାପଡ଼ିଛି। ଲକ୍ଡାଉନ୍ ବେଳେ ଘରୁ ନବାହାରିବାକୁ କୁହାଯାଇଥିବା ବେଳେ ଗାଁ ଲୋକେ ମାଛ ଧରିବାକୁ ସାଧାରଣରେ ନିନ୍ଦା କରାଯାଇଛି।
The post ମାଛ ଧରିଲେ, କରୋନା ଦିଆନିଆ ହେଲେ! appeared first on Odisha Reporter.
from Odisha Reporter https://ift.tt/3is0jUi
No comments:
Post a Comment