ନିଜ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କେହି ସ୍ୱପ୍ନରେ ଵି ଭାବି ନଥା’ନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏପରି ଉପୁଜେଯେ ପର୍ସ ପୂରା ଖାଲି ହୋଇଯାଏ। ଅର୍ଥ ପାଇଁ ଅନ୍ୟ ଆଗରେ ହାତ ପତାଇବାକୁ ପଡ଼ିଥାଏ।
ଯଦି ଆପଣ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି ଏବଂ ଆପଣଙ୍କ ପର୍ସ ସବୁବେଳେ ନୋଟରେ ଭରିହୋଇ ରହୁ ବୋଲି ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କିଛି ସହଜ ବାସ୍ତୁ ଟିପ୍ସ ମାନିବାକୁ ପଡ଼ିବ l ଆସନ୍ତୁ ଜାଣିବା ଏପରି ୬ଟି ବାସ୍ତୁ ଟିପ୍ସ ସମ୍ପର୍କରେ।
- ବହୁ ଲୋକ ନିଜ ପର୍ସ କିମ୍ବା ୱାଲେଟରେ ଗାଡ଼ି ତଥା ଘର ଚାବି ରଖିଥା’ନ୍ତି l ହେଲେ ଆପଣ କେବେବି ଏପରି ଭୁଲ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ବେଳ ଥାଉ ଥାଉ ସାବଧାନ ହୋଇଯିବା ଆବଶ୍ୟକ।
- ବାସ୍ତୁ ଶାସ୍ତ୍ର ଅନୁଯାୟୀ ପର୍ସରେ ବିଲ୍ କିମ୍ବା ଅନାବଶ୍ୟକ କାଗଜ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ। ତେଣୁ ଏପରି ଅଭ୍ୟାସକୁ ବଦଳେଇବାକୁ ଚେଷ୍ଟା କରନ୍ତୁ।
- ଯଦି ଆପଣ କାହାଠୁ କିଛି ଉଧାର ଆଣିଛନ୍ତି, ତା’ହେଲେ ଉକ୍ତ ଟଙ୍କାକୁ କେବେ ପର୍ସରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧାର କେବେ ସୁଝି ହୁଏନି ବୋଲି କୁହାଯାଏ।
- ଯଦି କୌଣସି ବ୍ୟକ୍ତି ନିଜ ପର୍ସରେ ମେଡ଼ିସିନ କିମ୍ବା କିଛି ଖାଇବା ଜିନିଷ ଯେପରି ଚକୋଲେଟ କିମ୍ବା ପାନ ମସଲା ରଖୁଛନ୍ତି, ତା’ହେଲେ ସେଥିରୁ ବିରତ ରୁହନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଧନର ଅଭାବ ଲାଗି ରହିଥାଏ।
- ପର୍ସରେ ଖୁଚୁରା ବା କଏନ ରଖନ୍ତୁ ନାହିଁ। ଯଦି କିଛି କଏନ ପର୍ସରେ ରହିଯାଉଛି, ତା’ହେଲେ ଧ୍ୟାନ ଦେବେ ଯେମିତି ପର୍ସ ଖୋଲିବା ସମୟରେ ସେଗୁଡ଼ିକ ତଳେ ନ ପଡ଼େ।
- ପର୍ସରେ ନୋଟକୁ କେବେବି ମୋଡିମାଡ଼ି ରଖନ୍ତୁ ନାହିଁ। ସବୁବେଳେ ତାହାକୁ ବ୍ୟବସ୍ଥିତ ଢଙ୍ଗରେ ରଖିବାକୁ ଚେଷ୍ଟା କରନ୍ତୁ। ଏଥିସହ ସବୁବେଳେ ପ୍ୟାଣ୍ଟର ବାମ ପକେଟରେ ପର୍ସ ରଖିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ମା’ ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ପର୍ସ ନୋଟ୍ରେ ଭରି ଯିବ।
The post ପର୍ସରେ ଭୁଲରେ ଵି ରଖନ୍ତୁ ନାହିଁ ଏହି ଜିନିଷ, ଦେଖାଦେବ ଘୋର ଆର୍ଥିକ ସମସ୍ୟା appeared first on Odisha Reporter.
from Odisha Reporter https://ift.tt/3wcyLGA
No comments:
Post a Comment