କାଠମାଣ୍ଡୁ: ଦେଶରେ ଟିକାର ଚାହିଦାକୁ ଆଖି ଆଗରେ ରଖି ଭାରତ ବିଦେଶକୁ ଟିକା ଦେବନି ବୋଲି ନିଷ୍ପତି ନେଇଛି। ଏହାର ପ୍ରଭାବ ଏବେ ପଡ଼ୋଶୀ ନେପାଳ ଉପରେ ପଡ଼ିଛି। ପାଞ୍ଚ ମାସ ହେବ ନେପାଳବାସୀ କୋଭିଶିଲ୍ଡ ଟିକା ନେଇଛନ୍ତି। ହେଲେ ଭାରତ କୋଭିଶିଲ୍ଡ ଟିକା ରପ୍ତାନୀ ଉପରେ ରୋକ୍ ଲଗାଇଥିବାରୁ ନେପାଳବାସୀ ୫ ମାସରୁ ଅଧିକ ଦିନ ହୋଇଯିବ ଦ୍ୱୀତିୟ ଡୋଜକୁ ଅପେକ୍ଷା କରିଛନ୍ତି। ତେଣୁ ଚାଇନାର ଟିକାକୁ ଆଣି ନେପାଳବାସୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।
ଭାରତ ସରକାର ନେପାଳକୁ ଭ୍ୟାକସିନ ମୈତ୍ରୀ ଯୋଜନା ଜରିଆରେ ଅନେକ ଦେଶକୁ କୋଭିଶିଲ୍ଡ ଟିକା ଯୋଗାଇଥିଲେ। ଏହି ଯୋଜନା ଜରିଆରେ କେନ୍ଦ୍ର ସରକାର ନେପାଳକୁ ଏକ ଲକ୍ଷ କୋଭିଶିଲ୍ଡ ଡୋଜ ମାଗଣାରେ ପଠାଇଥିଲେ। ଏହା ପରେ ନେପାଳ ମଧ୍ୟ ଭାରତରୁ ଏକ ମିଲିୟନ୍ ଡୋଜ କିଣିଛି। ଏହା ପରେ କିନ୍ତୁ ନେପାଳ ଭାରତ ପାଖରୁ ଆଉ ଟିକା ପାଇ ନାହିଁ। ଦେଶରେ କରୋନା ଟିକାର ଚାହିଦାକୁ ଆଖି ଆଗରେ ରଖି ଏହି ଭ୍ୟାକସିନ ମୈତ୍ରୀ ଯୋଜନକୁ ଏବେ ବନ୍ଦ ରଖିଛନ୍ତି।
ତେଣୁ ନେପାଳର ବହୁ ସଂଖ୍ୟକ ଲୋକ ଏବେ ପ୍ରଥମ ଡୋଜ ନେଇଛନ୍ତି ହେଲେ ଦ୍ୱିତୀୟ ଡୋଜର ସମୟସୀମା ସମାପ୍ତ ହେବା ପରେ ବି ଟିକା ନେଇ ପାରି ନାହାନ୍ତି। ତେଣୁ ଏବେ ଚାଇନା ନେପାଳକୁ ପ୍ରାୟ ଏକ ଲକ୍ଷ ଟିକା ପଠାଇବା ପରେ ନେପାଳରେ ଟିକାକରଣ ପୁଣି ଆରମ୍ଭ ହୋଇଛି। ନେପାଳର ଅନେକ ଲୋକ ଟିକାକରଣ ପାଇଁ ଆସୁଛନ୍ତି, ଯେଉଁମାନେ ଭାରତର କୋଭଶିଲ଼୍ଡକୁ ପ୍ରଥମ ଡୋଜ ଭାବରେ ନେଇଥିଲେ ଦ୍ୱିତୀୟ ଡୋଜ ଚାଇନାର ନେଉଛନ୍ତି। କେଉଁ ଦେଶ ଓ କେଉଁ ଟିକା ଦେଖିଲେ ହେବନି ବରଂ ଦ୍ୱିତୀୟ ଟିକା ନେଇ ସୁରକ୍ଷିତ ରହିବା ଦରକାର ବୋଲି କୋଭଶିଲ୍ଡର ପ୍ରଥମ ଡୋଜ ନେଇଥିବା ନେପାଳର କାଞ୍ଚନପୁର ବାସିନ୍ଦା ଲଳିତା ପାନେରୁ, ଲକ୍ଷ୍ମଣ ଚୋକିଆଲ, ସରୋଜ ଆୱସ୍ତି, ଲଲିତ ଚାଟଆଉଟ୍, ରାଜୁ ଶର୍ମା କହିଛନ୍ତି। ଚାରି ମାସ ପୂର୍ବରୁ ସେମାନେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଥିଲେ ବୋଲି ସେ କହିଛନ୍ତି।
The post ପ୍ରଥମ ଡୋଜ ଭାରତର, ଦ୍ୱିତୀୟ ଡୋଜ ଚାଇନାର appeared first on Odisha Reporter.
from Odisha Reporter https://ift.tt/3x8Q0Zq
No comments:
Post a Comment