ପ୍ରଭୁ ରାମଙ୍କ ପରେ ଯୋଗର ଉତ୍ପତ୍ତି ଭାରତରେ ନୁହେଁ ବୋଲି କହିଲେ ନେପାଳ ପିଏମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ପ୍ରଭୁ ରାମଙ୍କ ପରେ ଯୋଗର ଉତ୍ପତ୍ତି ଭାରତରେ ନୁହେଁ ବୋଲି କହିଲେ ନେପାଳ ପିଏମ

କାଠମାଣ୍ଡୁ: ପୁଣିଥରେ ଭାରତ ବିରୋଧରେ ବୟାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଯୋଗର ଉତ୍ପତ୍ତି ଭାରତ ନୁହେଁ ବରଂ ନେପାଳରେ ହୋଇଥିଲା ବୋଲି ସେ ଦାବି କରିଛନ୍ତି। ଭାରତ ବୋଲି ଗୋଟିଏ ଦେଶ ଚିହ୍ନଟ ହେବାର ବହୁ ପୂର୍ବରୁ ତାଙ୍କ ଦେଶରେ ଯୋଗାଭ୍ୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଛନ୍ତି।

ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଭାରତ ଗୋଟିଏ ଦେଶ ଭାବେ ଗଠନ ହେବାର ବହୁ ପୂର୍ବରୁ ଯୋଗର ଅଭ୍ୟାସ ନେପାଳରେ କରାଯାଉଥିଲା। ଯେତେବେଳେ ଯୋଗର ଆବିଷ୍କାର କରାଗଲା ସେତେବେଳେ ଭାରତ ବୋଲି କିଛି ଗୋଟିଏ ରାଷ୍ଟ୍ର ନଥିଲା। ଯୋଗ ଆସିବା ବେଳେ ଭାରତର ଗଠନ ହୋଇ ନଥିଲା। ସେ ସମୟରେ କିଛି ହାତ ଗଣତି ଫିରିଙ୍ଗ ରାଜ୍ୟ ରହିଥିଲା। ତେଣୁ ଯୋଗର ଉତ୍ପତ୍ତି ନେପାଳରେ କିମ୍ବା ଉତ୍ତରାଖଣ୍ଡର ଆଖପାଖ ଅଞ୍ଚଳରେ ହୋଇଛି। ଯୋଗ କେବେ ହେଲେ ଭାରତରେ ଉତ୍ପତ୍ତି ହୋଇନାହିଁ।”

ଓଲି ଆହୁରି କହିଛନ୍ତି, “ଆମେ କେବେ ହେଲେ ଯୋଗକୁ ଆବିଷ୍କାର କରିଥିବା ଆମ ପୂର୍ବପୁରୁଷଙ୍କୁ ଶ୍ରେୟ ଦେଇନଥାଉ। ଆମେ ସବୁବେଳେ ପ୍ରଫେସର ଓ ସେମାନଙ୍କ ଅବଦାନ ବିଷୟରେ କଥା ହୋଇଥାଉ। କିନ୍ତୁ ଆମେ ଯୋଗ ଉପରେ ଆମର ଦାବି କେବେ ହେଲେ ଠିକ୍ ଭାବେ ଉପସ୍ଥାପନ କରିପାରିନାହୁଁ।

ଆମେ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିନାହୁଁ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଫଳତାର ସହ ଅନ୍ତର୍ଜାତୀୟ ଯୋଗ ଦିବସ ସବୁଆଡ଼େ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ। ଏହାକୁ କାର୍ଯ୍ୟକାରୀ କରାଯିବା ପରେ ଯୋଗ ଆଜି ବିଶ୍ୱସ୍ତରରେ ମାନ୍ୟତା ପାଇଛି।”

ଏହାପୂର୍ବରୁ ଓଲି ପ୍ରଭୁ ରାମ ଭାରତର ନୁହେଁ ବରଂ ନେପାଳର ଅଯୋଧ୍ୟାପୁରୀ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ବୋଲି କହିଥିଲେ।

The post ପ୍ରଭୁ ରାମଙ୍କ ପରେ ଯୋଗର ଉତ୍ପତ୍ତି ଭାରତରେ ନୁହେଁ ବୋଲି କହିଲେ ନେପାଳ ପିଏମ appeared first on Odisha Reporter.



from Odisha Reporter https://ift.tt/3qfH6XH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages