ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ବ୍ଲକ ବଡାଲ ପଂଚାୟତର ବଡ଼ଓରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଦୃଶ୍ୟ l ଗାଁ ଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କଣାସ ମେଡିକାଲରେ କାର୍ଯ୍ୟରତ ଥିବା ସେହି ଗ୍ରାମର ହେମନ୍ତ କୁମାର ସାହୁ ନାମକ ଜଣେ ଲୋକଙ୍କୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବରେ ମାରିବାର ଭିଡିଓ ଭାଇରଲ ହୋଇଛି l
ଜମି ଜମା ବିବାଦକୁ ନେଇ ଏହି କାଣ୍ଡ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଏବେ ହେମନ୍ତ ଚିକିତ୍ସା ହେଉଛନ୍ତି l ହେମନ୍ତଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗଡ଼ିଶା ଗୋଦା ଥାନା ପୃଥକ ଭାବରେ ଦୁଇଟି ଏତଲା ରୁଜୁ ହୋଇଛି।
The post କରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3gIsBIS
No comments:
Post a Comment