ଚିଠି ଲିକ୍‌କୁ ନେଇ ରାଜ୍ୟପାଳଙ୍କ ଉପରେ ବେଙ୍ଗଲ ସରକାର ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ଚିଠି ଲିକ୍‌କୁ ନେଇ ରାଜ୍ୟପାଳଙ୍କ ଉପରେ ବେଙ୍ଗଲ ସରକାର ଖପ୍ପା

କୋଲକାତା: ଏକ ଅଭୂତ ଘଟଣାକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିକୁ ଟ୍ୱିଟରରେ ଲିକ୍‌ କରିଛନ୍ତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ ପ୍ରଦାନକୁ ଏଭଳି ସର୍ବସାଧାରଣରେ ପ୍ରକାଶ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘଟଣାକୁ ନେଇ ବେଙ୍ଗଲ ସରକାର ରାଜ୍ୟପାଳଙ୍କ ଉପରେ ଖପ୍ପା ହୋଇଛନ୍ତି।

ରାଜ୍ୟପାଳ ଜଗଦୀପ ତାଙ୍କ ଚିଠିରେ ବେଙ୍ଗଲରେ ହୋଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଫଳ ଓ ପୀଡ଼ିତାଙ୍କୁ ପୁନଃ ଥଇଥାନ ଏବଂ କ୍ଷତିପୂରଣ ଦେବାରେ କିଛି ବି ପଦକ୍ଷେପ ନେଇ ନଥିବା କହିଛନ୍ତି। ଏଥିସହ ସେ ମମତାଙ୍କଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି।

ଏହି ଚିଠି ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବା ସହ ଏହାକୁ ଟ୍ୱିଟରେ ଲିକ୍‌ ମଧ୍ୟ କରିଥିଲେ। ଯାହାକୁ ନେଇ ବେଙ୍ଗଲର ଗୃହ ବିଭାଗ ରାଜ୍ୟପାଳନଙ୍କୁ ଟାର୍ଗେଟ କରିଛି।

ଗୃହ ବିଭାଗ ଟ୍ୱିଟ କରି କହିଛି ଯେ ପଶ୍ଚିମବଙ୍ଗ ସରକାର ଦୁଃଖର ସହ କହିବାକୁ ଚାହୁଁଛନ୍ତି ଯେ ମାନନୀୟ ରାଜ୍ୟପାଳ ହଠାତ୍ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ସର୍ବସାଧାରଣ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ହେଲେ ଏଥିରେ ଥିବା ଦାବିରେ କୌଣସି ସତ୍ୟତା ନାହିଁ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିକୁ ଏପରି ଟ୍ୱିଟ କରିବା ସମ୍ବିଧାନ ବିରୋଧୀ। ସାମ୍ବିଧାନିକ ମର୍ଯ୍ୟାଦାକୁ ଏହା ଉଲ୍ଲଙ୍ଘନ କରୁଛି। ସର୍ବସାଧାରଣ ସ୍ଥାନରେ ହଠାତ୍ ଓ ଏପରି ଏକପାଖିଆ ଅଭିଯୋଗକୁ ଲିକ୍‌ କରିବା ପଶ୍ଚିମବଙ୍ଗ ସରକାରକୁ ଆହୁରି ଚକିତ କରିଛି। ନିର୍ବାଚନ କମିଶନ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ବେଳେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖାଯାଇଥିଲା।

ଶପଥ ପାଠ କାର୍ଯ୍ୟକ୍ରମ ପରେ ଏହାର ଦାୟିତ୍ୱ କ୍ୟାବିନେଟ ହାତକୁ ଆସିଥିଲା। ଦାୟିତ୍ୱ ନେବା ପରେ ରାଜ୍ୟ ସରକାର ପୁଲିସ୍‌କୁ ସମସ୍ତ ଅପରାଧୀ କାର୍ଯ୍ୟକଳାପ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସରକାର ସବୁବେଳେ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକଠାକ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟପାଳ ଲିକ୍‌ କରିଥିବା ଚିଠି ସଂପୂର୍ଣ୍ଣ ଭାବେ ଏକପାଖିଆ ଓ ଭିତ୍ତିହୀନ। ତେଣୁ ରାଜ୍ୟପାଳ ପ୍ରକୃତ ସତ୍ୟତା ନ ଜାଣି ଏପରି ଚିଠି ଲେଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଗୃହ ବିଭାଗ କହିଛି।


ସୂଚନାଯୋଗ୍ୟ, ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଥିଲେ ଯେ କୋଭିଡ ପରେ ସରକାରଙ୍କ ଫୋକସରେ ଆଇନ ଶୃଙ୍ଖଳା ରହିଛି।

The post ଚିଠି ଲିକ୍‌କୁ ନେଇ ରାଜ୍ୟପାଳଙ୍କ ଉପରେ ବେଙ୍ଗଲ ସରକାର ଖପ୍ପା appeared first on Odisha Reporter.



from Odisha Reporter https://ift.tt/3xo4qov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages