କରୋନାକୁ ମାତ୍‌ ଦେବାରେ ଆଷ୍ଟ୍ରାଜେନେକା ଆଣ୍ଟିବଡି କକଟେଲ ଫେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

କରୋନାକୁ ମାତ୍‌ ଦେବାରେ ଆଷ୍ଟ୍ରାଜେନେକା ଆଣ୍ଟିବଡି କକଟେଲ ଫେଲ୍‌

ଲଣ୍ଡନ: ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ଆଣ୍ଟିବଡି କକଟେଲ କରୋନାକୁ ମାତ୍‌ ଦେବାରେ ବିଫଳ। ଭାଇରସରେ ସଂକ୍ରମିତ ହୋଇଥିବା ଲୋକଙ୍କ ଶରୀରରେ ଲକ୍ଷଣ ରୋକିବାରେ ଏହି ଆଣ୍ଟିବଡି କକଟେଲ କେବଳ ୩୩% ସଫଳ ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି।

କମ୍ପାନୀ ପ୍ରସ୍ତୁତ କରିଥିବା ଆଣ୍ଟିବଡି କକଟେଲ କେତେ ସଫଳ, ସେକଥା ଜାଣିବା ପାଇଁ ଭାଇରସ ଦ୍ୱାରା ସଂକ୍ରମିତ ୧୧୨୧ ଜଣ ପ୍ରାପ୍ତ ବୟସ୍କଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। ଏହି ସମୟରେ ଲକ୍ଷଣ ରୋକିବାରେ ଏହା ବିଫଳ ହୋଇଥିବା ଜଣାପଡ଼ିଛି।ତେବେ କମ୍ପାନୀ ପକ୍ଷରୁ ଔଷଧର ଅନ୍ୟ ପରୀକ୍ଷାମାନ କରାଯାଉଛି ଓ ଖୁବଶୀଘ୍ର ଭଲ ଖବର ଆସିବ ବୋଲି କୁହାଯାଇଛି।

ପୂର୍ବରୁ ଆଷ୍ଟ୍ରାଜେନାକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କରୋନା ଟିକା ପ୍ରସ୍ତୁତ କରିଥିଲା। ଭାରତ ସମେତ ଏକାଧିକ ରାଷ୍ଟ୍ରରେ ଏହାର ବ୍ୟବହାର ମଧ୍ୟ କରାଯାଉଛି। ଏବେ ମହାମାରୀ ବିରୋଧରେ କମ୍ପାନୀ ଆଉ ଏକ ଅସ୍ତ୍ର ବାହାର କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇନାହିଁ।

ଅନ୍ୟପକ୍ଷରେ GlaxoSmithKline Plc ଭଳି ଔଷଧ ନିର୍ମାଣକାରୀ କମ୍ପାନୀ ସମାନ ଧରଣର ଆଣ୍ଟିବଡି କକଟେଲ ପ୍ରସ୍ତୁତ କରି କ୍ଲିନିକାଲ ଟ୍ରାଏଲରେ ସଫଳତା ହାସଲ କରିଛନ୍ତି। ଏଥିସହ ଟିକା ନେଇ ପାରୁ ନଥିବା ଲୋକଙ୍କୁ ଏହି ଥେରାପୀ ଦେବାକୁ ମଧ୍ୟ ଅନୁମତି ପାଇଛନ୍ତି।

ଆଷ୍ଟ୍ରାଜେନେକାର ଆଣ୍ଟିବଡି କକଟେଲର ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ହିଁ ଏହାର ବ୍ୟବହାର ପାଇଁ ଅନେକ ଦେଶ ଆଗ୍ରହ ଦେଖାଇଥିଲେ। ଆମେରିକା ଏହି ଔଷଧର ୭୦୦,୦୦୦ ଡୋଜ୍‌ କିଣିବାକୁ ଆଗୁଆ ଅର୍ଡର ମଧ୍ୟ ଦେଇଥିଲା। ବ୍ରିଟେନ ମଧ୍ୟ ୧ ମିଲୟନ ଆଣ୍ଟିବଡି କକଟେଲ କିଣିବାକୁ ଆଗ୍ରହ ଦେଖାଇଥିଲା।

ଆମେରିକା ଓ ବ୍ରିଟେନରେ ଆଷ୍ଟ୍ରାଜେନେକାର ଆଣ୍ଟିବଡି କକଟେଲର ପରୀକ୍ଷା ହୋଇଥିଲା। ପରୀକ୍ଷା ବେଳେ କକଟେଲ ନେଇଥିବା ୨୩ ଜଣ ସ୍ୱେଚ୍ଛାସେବୀ ଭାଇରସ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ଶରୀରରେ ଲକ୍ଷଣ ଦେଖାଯାଇଥିଲା। ପ୍ଲେସବୋ ଗ୍ରୁପ୍‌ରେ ଥିବା ୧୭ ଜଣଙ୍କ ଶରୀରରେ କରୋନା ଲକ୍ଷଣ ଚିହ୍ନଟ ହୋଇଥିଲା। ଅଧିକାଂଶ ଅଂଶଗ୍ରହଣ କରିଥିବା ଲୋକମାନେ ଦ୍ୱିତୀୟ ଥର ଆଣ୍ଟିବଡି ନେଇଥିଲେ ହେଁ ଦୁଇଟି ଯାକ ଗ୍ରୁପ୍‌ ମଧ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା।

The post କରୋନାକୁ ମାତ୍‌ ଦେବାରେ ଆଷ୍ଟ୍ରାଜେନେକା ଆଣ୍ଟିବଡି କକଟେଲ ଫେଲ୍‌ appeared first on Odisha Reporter.



from Odisha Reporter https://ift.tt/3cFMU7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages