କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଏହି ସହାୟତା ଦେବେ। ତେବେ କେତେ ଟଙ୍କା ଦିଆଯିବ ଏ ନେଇ କେନ୍ଦ୍ର ନିଷ୍ପତ୍ତି ନେବ। ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ସରକାର କ୍ଷତିପୂରଣ ଦେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନିକଟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା କେନ୍ଦ୍ର ସରକାର ଦେବା ଦରକାର ବୋଲି ଯୁକ୍ତି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଏହି ଆବେଦନର ଜବାବ ରଖି କହିଥିଲେ କ୍ଷତିପୂରଣ ଦେଇପାରିବେ ନାହିଁ। ହେଲେ ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ ଏବଂ ଏମ.ଆର ଶାହ ଶୁଣାଣି କରି ଆସନ୍ତା ୬ ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ରାଶି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦେଶରେ ଏଯାବତ ୩.୯୩ ଲକ୍ଷରୁ ଅଧିକ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଜୁନ୍ ୨୦ରେ ସରକାର ଏହି ମାମଲାରେ ନିଜର ପକ୍ଷ ରଖି ସୁପ୍ରିମକୋର୍ଟ କହିଥିଲା ଯଦି କୋଭିଡ-୧୯ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପାଖରେ ଯେତକ ପଇସା ରହିଛି ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଥିଲା। ଆଇନଜୀବୀ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଏହି ଆବେଦନ ଦାୟର କରିଛନ୍ତି।

ଏଥିସହ ଏହି ଆବେଦନକାରୀ କୋଭିଡ ଜନିତ ମୃତ୍ୟୁ ପ୍ରମାଣପତ୍ର ସମସ୍ତଙ୍କୁ ମିଳୁନି ବୋଲି ଆଉ ଏକ ଆବେଦନରେ ଦର୍ଶାଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୋଭିଡରେ ପ୍ରାଣ ହରାଉଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ କେବଳ କୋଭିଡ ମୃତ୍ୟୁ ପ୍ରମାଣ ପତ୍ର ବା ସାର୍ଟିଫିକେଟ ମିଳୁଛି। ଅନ୍ୟମାନଙ୍କୁ ମିଳୁନି ବୋଲି ଆବେଦନରେ ଦର୍ଶାଯାଇଥିଲା। ପରେ କେନ୍ଦ୍ର ସରକାର କହିଥିଲେ ଯଏବି କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବେ ସେମାନଙ୍କୁ କୋଭିଡ ଜନିତ ମୃତ୍ୟୁ ବୋଲି ଧରାଯିବ। ଏଥିସହ ସେମାନଙ୍କ ପରିବାର ବର୍ଗଙ୍କୁ କୋଭିଡ ଜନିତ ମତ୍ୟୁର ସାର୍ଟିଫିକେଟ ମିଳିବ।

The post କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3w9FK1U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages