ନକଲି ଔଷଧ କାରବାର କରୁଥିଲେ, ଶେଷରେ ବନ୍ଧା ହେଲେ ଶିବ ଜେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ନକଲି ଔଷଧ କାରବାର କରୁଥିଲେ, ଶେଷରେ ବନ୍ଧା ହେଲେ ଶିବ ଜେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା  କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଶିବ ଜେନା ଶେଷରେ ଧରା ପଡ଼ିଲା। ଶିବ ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF।  କାଲି ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଥିଲା STF। ଆଜି ଶିବପ୍ରସାଦଙ୍କୁ କୋର୍ଟରେ ହାଜର କରାଯିବା ପରେ ପଚରାଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ପୁଲିସ୍‌ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ତଥା ଶିବପ୍ରସାଦଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା  ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗିରଫ ପରେ ସେମାନଙ୍କୁ ଜିଲ୍ଲା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗିରଫ ୩ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି।

କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ଶିବପ୍ରସନ୍ନ ଜେନା। କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଶିବପ୍ରସନ୍ନ ଜେନାଙ୍କ ପତ୍ନୀ  ଶୁଭଲକ୍ଷ୍ମୀ ଜେନା। ଅନ୍ୟ ଜଣେ ହେଲେ ମ୍ୟାନେଜର ପ୍ରୀତିରଂଜନ ପରିଡ଼ା ଓ ଆଉ ଜଣେ ଗୋଦାମ୍ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତି। ଯାହାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ତା’ସହ ଭେଜାଲ୍‌ କାରବାରର ଗୁମର ଫିଟାଇଛି ଏସ୍‌ଟିଏଫ୍‌।

କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିର ଫାଭିମ୍ୟାକ୍ସ-200 ଓ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ। ଯେଉଁ ଷ୍ଟ୍ରିପ୍ର ଦାମ୍‌ ୬୫ ଟଙ୍କା ଥିବା ବେଳେ ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା କରୁଥିଲେ। ତେବେ

୨୦୨୧ ଜୁନ୍‌ ୧୨ ତାରିଖରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଚଢ଼ଉ କରାଯାଇଥିଲା। କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍‌ସ୍ଥିତ ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-400 ଔଷଧା। କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା, ସୋଲାନରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ଆଉ ଏହି ତଦନ୍ତ ଭିତରେ ଏହି ସନ୍ଦେହ ଜନକ କମ୍ପାନୀର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଘଟଣାର ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା ବେଳେ  ଏପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା।

The post ନକଲି ଔଷଧ କାରବାର କରୁଥିଲେ, ଶେଷରେ ବନ୍ଧା ହେଲେ ଶିବ ଜେନା appeared first on Odisha Reporter.



from Odisha Reporter https://ift.tt/3xHQBkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages