ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ: କୋଭିଡ୧୯ର ଦ୍ୱିତୀୟ ଲହରକୁ ବଳ ଯୋଗାଇଥିଲା ଡେଲଟା ଭେରିଆଣ୍ଟ। ଏହି ଭେରିଆଣ୍ଟ ଏବେ ଦୁର୍ବଳ ହେବାରେ ଲାଗିଛି। କିନ୍ତୁ ଏହି ଭେରିଆଣ୍ଟରୁ ମ୍ୟୁଟାଣ୍ଟ ହୋଇ ଆଉ ଏକ ଭେରିଆଣ୍ଟ ବିକଶିତ ହୋଇଛି ତାର ନାମ ଡେଲଟା ଭେରିଆଣ୍ଟ। ଡେଲଟା ଅପେକ୍ଷା ଏହି ଡେଲଟା ପ୍ଲସ ଭେରିଆଣ୍ଟ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏହାରି ଭିତରେ କିନ୍ତୁ ଜଣେ ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତି ଆଖି ବୁଜିଛନ୍ତି।

ମଧ୍ୟପ୍ରଦେଶ ଉଜ୍ଜୈନ ସହରରେ ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ଏ ନେଇ ଉଜ୍ଜୈନର ଜିଲ୍ଲାପାଳ ଆଶିଷ ସିଂହ ଏହି ସୂଚନା ଦେଇଛନ୍ତି। ମେ ୨୩ରେ ଏହି ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ କହିଛନ୍ତି। ମହିଳା ଜଣଙ୍କ କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ନମୁନାକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ମହିଳା ଜଣଙ୍କ ଡେଲଟା ପ୍ଲସରେ ସଂକ୍ରମିତ ହୋଇଛନ୍ତି। ତେବେ ମହିଳା ଜଣଙ୍କ କୌଣସି ପ୍ରକାର ଟିକା ନେଇନଥିଲେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ଉଜ୍ଜୈନରେ ଥିବା କୋଭିଡ ହସ୍ପିଟାଲର ଡାକ୍ତର ରୋନକ କହିଛନ୍ତି, ମହିଳା ଜଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କର ନମୁନାକୁ ସଂଗ୍ରହ କରାଯାଇ ଭୋପାଳ ସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ପୂର୍ବରୁ ମଧ୍ୟ ଅନ୍ୟ ଆଡୁ ନମୁନା ଏହି ପରୀକ୍ଷାଗାରକୁ ଆସିଥିଲା। ଏହାପରେ ଏଯାବତ ଦୁଇ ମହିଳାଙ୍କ ପାଖରେ ଡେଲଟା ପ୍ଲସ ଭେରିଆଣ୍ଟ ଥିବା ଦେଖିବାକୁ ମିଳିଛି। ଏହି ଦୁଇ ମହିଳା ଯେଉଁମାନଙ୍କ ସହ ଯୋଗାଯୋଗରେ ଆସିଥିଲେ ସମସ୍ତଙ୍କର କୋଭିଡ ପରୀକ୍ଷା ହୋଇଥିଲା। ସେମାନଙ୍କର କିନ୍ତୁ ରିପୋର୍ଟ ନେଗେଟିଭ ଆସିଛି।

 ସୂଚନାଯୋଗ୍ୟ, ଦେଶରେ ଏବେ ମୋଟ୍ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୪୦ରୁ ଅଧିକ ଏବେ ଡେଲଟା ପ୍ଲସରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି। ଏହି ଭେରିଆଣ୍ଟ ଅଧିକ ମାରାତ୍ମକ ବୋଲି ଗବେଷକ କହିଛନ୍ତି। ତେଣୁ ସମ୍ଭାବ୍ୟ ତୃତୀୟ ଲହରକୁ ଏହି ଭେରିଆଣ୍ଟ ବଳ ଯୋଗାଇପାରେ ବୋଲି ବିଶେଷଜ୍ଞ ଚିନ୍ତା କରୁଛନ୍ତି। ତେଣୁ ଯେଉଁସବୁ ରାଜ୍ୟରୁ ଏହି ଭେରିଆଣ୍ଟ ଚିହ୍ନଟ ହୋଇଛି ସେହି ସମସ୍ତ ପ୍ରଶାସନକୁ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର।

ଆଇଏନଏସଏସିଓଜି ଇତିମଧ୍ୟରେ ଡେଲଟା ପ୍ଲସ୍‍ ଭେରିଆଣ୍ଟ ସବୁଠାରୁ ଚିନ୍ତାଜନକ ଭେରିଆଣ୍ଟ (ଭିଓସି) ପାଲଟିଛି ବୋଲି ଦର୍ଶାଇଛି। ଏହି ଭେରିଆଣ୍ଟରେ ଅଧିକ ମାତ୍ରାରେ ସଂକ୍ରମଣ କ୍ଷମତା ରହିବା ସହିତ ସଂକ୍ରମଣ ଆହରଣ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍‍ ସେଲକୁ ଦୃଢ଼ଭାବେ ଆକ୍ରାନ୍ତ କରି ଧରିବା ଏବଂ ଏହି ଭେରିଆଣ୍ଟର ମୋନୋକ୍ଳୋନାଲ୍‍ ଆଣ୍ଟିବଡ଼ି ରେସପନ୍ସ ହ୍ରାସ ଘଟାଇବାର ସାମର୍ଥ୍ୟ ରହିଛି।

The post ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3vWUykh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages