କୋଭିସେଲ୍ପକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

କୋଭିସେଲ୍ପକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ଟେଷ୍ଟ କରିବା ପାଇଁ ପ୍ରଥମ ସ୍ୱଦେଶୀ ଟେଷ୍ଟିଂ କିଟକୁ ମିଳିଛି ଅନୁମତି। ଏହାକୁ ଘରେ ବସି କେହି ବି ନିଜର କରୋନା ଟେଷ୍ଟ କରାଇପାରିବେ। ନମୁନା ସଂଗ୍ରହ କରିବାର ୧୫ ମିନିଟ୍ ଭିତରେ ରେଜଲ୍ଟ ଆସିଯିବ ବୋଲି ଜଣାପଡ଼ିଛି। ଏହି ଟେଷ୍ଟିଂ କିଟର ନାଁ ହେଉଛି କୋଭିସେଲ୍ପ। ପୂର୍ବରୁ ଯଦିଓ ଏହା ଲଞ୍ଚ ହୋଇଥିଲା। କିନ୍ତୁ ଏହା ସୀମିତ ଥିଲା। ଅଳ୍ପ କିଛି ସଂସ୍ଥା ପାଖରେ ଉପଲବ୍ଘ ଥିଲା। ଏହି ଟେଷ୍ଟିଂ କିଟକୁ ମାୟଲାବ ଡିସ୍କୋଭରୀ ସଲ୍ୟୁସନ ଲିମିଟେଡ ତିଆରି କରିଛି।

କମ୍ପାନୀ କହିଛି ଯେ ଏହି କିଟ୍ ଲଞ୍ଚ ହୋଇଯାଇଛି। ଏବେ ଏହି କିଟ୍ ଔଷଧ ଦୋକାନରେ ମିଳିବ। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଔଷଧ ଦୋକାନ ଗୁଡ଼ିକରେ ଏହି କିଟ୍ ଉପଲବ୍ଧ ହେବ। ଔଷଧ ଦୋକାନ ବ୍ୟତୀତ ଅନଲାଇନ୍ ସପିଂ ସାଇଟରେ ମଧ୍ୟ ଏହି କିଟ୍ ଉପଲବ୍ଧ ହେବ। ଏହାର ଦାମ ୨୫୦ ଟଙ୍କା ରହିଛି। ଗତକାଲି ଇଣ୍ଡିଆନ୍ ମେଡିକାଲ କାଉନସିଲ୍ ରିସର୍ଚ୍ଚ (ଆଇସିଏମଆର) ଏହି କିଟକୁ ଅନୁମୋଦନ ଦେଇଥିଲା। ତେଣୁ ଏବେ ଏହା ବଜାରରେ ବିକ୍ରି ହୋଇପାରିବ। ପ୍ରତି ସପ୍ତାହରେ କମ୍ପାନୀ ୭୦ ଲକ୍ଷ କିଟ୍ ତିଆରି କରିବ ବୋଲି କହିଛି।

ଦେଶରେ କରୋନାକୁ ରୋକିବାକୁ ହେଲେ ଟେଷ୍ଟିଂ ସବୁଠୁ ଗୁରୁତ୍ୱ। ତେଣୁ ଏବେ ଏହି କିଟ୍ ଜରିଆରେ ଯେକୌଣସି ବ୍ୟକ୍ତି ନିଜର ନମୁନାକୁ ଘରେ ବସି ପରୀକ୍ଷା କରିପାରିବ। ମାତ୍ର ୧୫ ମିନିଟରେ ରିପୋର୍ଟ ଆସିଯିବ ଜଣେ ବ୍ୟକ୍ତି କରୋନା ପଜିଟିଭ୍ କି ନେଗେଟିଭ୍। ଏଭଳି ହେଲେ କରୋନା ସଂକ୍ରମଣ ଆରମ୍ଭରୁ ଜଣାପଡ଼ିଯିବ। ଲୋକମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇପାରିବେ। ଫଳରେ ଗୁରୁତର ହେବାର ସମ୍ଭାବନା କମିବା ସହିତ ଆରୋଗ୍ୟ ହାର ବଢ଼ିବ ବୋଲି ଆଶା ରହିଛି। କାରଣ ଅନେକ ସମୟରେ ବିଳମ୍ୱରେ ଟେଷ୍ଟ କରାଇବା ଏବଂ ଔଷଧ ବିଳମ୍ୱରେ ଖାଇବା ପାଇଁ କରୋନା ସଂକ୍ରମଣ ଶରୀର ଭିତରେ ମାରାତ୍ମକ ହେଉଥିବା ସୂଚନା ରହିଛି।

The post କୋଭିସେଲ୍ପକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/34NfwHe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages