McAfee ଆଣ୍ଟି ଭାଇରସର ପ୍ରତିଷ୍ଠାତାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

McAfee ଆଣ୍ଟି ଭାଇରସର ପ୍ରତିଷ୍ଠାତାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମ୍ୟାଡ୍ରିଡ: କମ୍ପ୍ୟୁଟର ଓ ମୋବାଇଲରେ ବ୍ୟବହାର ହେଉଥିବା McAfee ଆଣ୍ଟି ଭାଇରସର ପ୍ରତିଷ୍ଠାତା ଜନ ମ୍ୟାକେଫିଙ୍କର ମୃତ ଶରୀର ଉଦ୍ଧାର ହୋଇଛି। ସ୍ପେନର ଏକ ଜେଲରେ ଥିବା ବେଳେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଜନ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଜେଲ ଅଧିକାରୀ କହିଛନ୍ତି, ଜନଙ୍କୁ ଆମେରିକା ପ୍ରତ୍ୟାର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଉ କୋର୍ଟଙ୍କ ନିର୍ଦ୍ଦେଶର କିଛି ଘଣ୍ଟା ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ସେ କହିଛନ୍ତି। ଟିକସ ଟୋରି ଭଳି ମାମଲା ଜନଙ୍କ ବିରୋଧରେ ଥିଲା ବୋଲି ଜଣାପଡ଼ିଛି।

୭୫ ବର୍ଷୀୟ ଏହି ଆଇଟି ଏକ୍ସପୋର୍ଟ ୨୦୧୪-୧୮ ମଧ୍ୟରେ ଟିକସ ପୈଠ କରିନଥିଲେ। ୨୦୨୦ରେ ଜନ ମ୍ୟାକେଫିଙ୍କୁ ବାର୍ସିଲୋନା ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ସେ ଇସ୍ତାନାବୁଲ ଯିବାକୁ ଅପେକ୍ଷା କରିଥିଲେ। ହେଲେ ପୁଲିସ ତାଙ୍କୁ ଟିକସ ଚୋରି ଅଭିଯୋଗରେ ଗିରଫ କରିଥିଲା। ପୂର୍ବରୁ ତାଙ୍କ ନାମରେ ଓ୍ୱାରେଣ୍ଟ ଜାରି ହୋଇଥିଲା। ଏହାପରଠୁ ସେ ସ୍ପେନର ଏକ ଜେଲରେ ଥିଲେ। ମ୍ୟାକେଫି ଜାଣିଶୁଣି ଟିକସ ପୈଠ କରିନଥିବା ଅଭିଯୋଗ ରହିଛି। ତେଣୁ କୋର୍ଟ ଯଦି ତାଙ୍କ ବିରୋଧରେ ସଜା ଶୁଣାଇଥାନ୍ତେ ତାହେଲେ ୩୦ରୁ ଅଧିକ ବର୍ଷ ତାଙ୍କୁ ଜେଲ୍ ହୋଇଥାନ୍ତା ବୋଲି ସୂଚନା ରହିଛି।

ନିକଟରେ ମ୍ୟାକେଫିଙ୍କ ଓକିଲ ଜେଭିୟର ବିଲାବ୍ଲା ମିଡିଆକୁ ପ୍ରତିକ୍ରିୟା ଦେଇ କହିଥିଲେ ସେ ୯ ମାସ ହେବ ଜେଲରେ ରହିବାରୁ ନିରାଶ ଅନୁଭବ କରୁଛନ୍ତି। ସୂଚନାଯୋଗ୍ୟ, ମ୍ୟାକେଫି ବ୍ରିଟେନରେ ଜନ୍ମ ଗ୍ରହଣ କରିଥିଲେ। ଦୁନିଆର ପ୍ରଥମ ଆଣ୍ଟିଭାଇରସ ତିଆରି କରିବାରେ ସେ ପ୍ରଥମେ ସଫଳ ହୋଇଥିଲେ। ଯାହାକି ତାଙ୍କ ନାମରେ ତିଆରି ହୋଇଛି। ଇନଟେଲ କମ୍ପାନୀ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ। ହେଲେ ୨୦୧୧ରେ ସେ ଏହାକୁ ବିକ୍ରି କରି ଦେଇଥିଲେ।

The post McAfee ଆଣ୍ଟି ଭାଇରସର ପ୍ରତିଷ୍ଠାତାଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ appeared first on Odisha Reporter.



from Odisha Reporter https://ift.tt/3gXwdFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages