ରଶ୍ମିକାଙ୍କ ପାଇଁ ଦୌଡ଼ିଗଲେ ୯୦୦ କିଲୋମିଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ରଶ୍ମିକାଙ୍କ ପାଇଁ ଦୌଡ଼ିଗଲେ ୯୦୦ କିଲୋମିଟର

ହାଇଦ୍ରାବାଦ: ମାନିଲାନି ମନ, ଆଉ ରହି ପାରିଲେନି। ଗୁଗୁଲ ସର୍ଚ୍ଚର ସାହାରା ନେଇ ବାହାରି ପଡିଲେ ଦେଖା କରିବାକୁ । ଦୌଡି ଗଲେ ଦୀର୍ଘ ୯୦୦ କିଲୋମିଟରରୁ ବି ଅଧିକ ବାଟ। ମାନିଲେନି କିଛି ବି ବାଡ ବନ୍ଧ। ତେଲୁଗୁ ତଥା ହିନ୍ଦୀ ଫିଲ୍ମ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଗୋଟିଏ ଝଲକ୍ ପାଇବା ପାଇଁ ତାଙ୍କର ଜଣେ ଜବ୍‌ରା ଫ୍ୟାନ୍ ଏଭଳି କରିଛନ୍ତି।

ତେଲେଙ୍ଗାନାର ଆକାଶ ତ୍ରିପାଠୀ। ସେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଜଣେ ବଡ଼ ଫ୍ୟାନ୍। ଏହି ପ୍ରଶଂସକ ଜଣକ ତାଙ୍କୁ ଦେଖିବାକୁ ପାଗଳ ହୋଇପଡିଥିଲେ। ରଶ୍ମିକାଙ୍କୁ ଦେଖା କରିବା ଇଚ୍ଛାରେ ସେ ତାଙ୍କୁ ଘରକୁ ଯିବା ପାଇଁ ବାହାରି ପଡିଥିଲେ। ଗୁଗୁଲ ସର୍ଚ୍ଚର ସାହାରା ନେଇ ସେ ମସୁରିକୁ ଯାଉଥିବା ଟ୍ରେନ୍‌ରେ ବସିଥିଲେ। ଏହାପରେ ତ୍ରିପାଠୀ ଅଭିନେତ୍ରୀଙ୍କ ବାସସ୍ଥାନ ଥିବା ଜିଲ୍ଲା କୋଡାଗୁ ପହଞ୍ଚିବା ପାଇଁ ଏକ ଡାଲା ଅଟୋରେ ବସିଥିଲେ।

ତେବେ ଏହି ଯାତ୍ରା ସମୟରେ ଅକାଶ ଅଟୋ ଡ୍ରାଇଭରଙ୍କୁ ଅଭିନେତ୍ରୀଙ୍କ ଘର କେଉଁଠି ଅଛି ତହାର ଠିକଣା ପଚାରି ଚାଲିଥିଲେ। ଏଭଳି ସ୍ଥିତିରେ ଯୁବକଙ୍କ ଉପରେ ଅଟୋ ଡ୍ରାଇଭରଙ୍କ ସନ୍ଦେହ ହୋଇଥିଲା। ପରେ ସେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତତ୍‌ତ୍କାଳ ତ୍ରିପାଠୀଙ୍କୁ ଧରିଥିଲା ଏବଂ ତେଲେଙ୍ଗାନା ଫେରିଯିବାକୁ କହିଥିଲା, କାରଣ ସେହି ସମୟରେ କୋଡାଗୁ ଜିଲ୍ଲ।ରେ ଲକ୍‌ଡାଉନ୍ ଲାଗୁ ହୋଇଥିଲା। ପୁଲିସ ସୁଟିଂ ପାଇଁ ରଶ୍ମିକା ଏବେ ମୁମ୍ବାଇରେ ଅଛନ୍ତି ବୋଲି କହିବା ପରେ ଯୁବକ ଜଣକ ସେଠାରୁ ନିରାଶ ହୋଇ ଫେରି ଆସିଥିଲେ।

ସୂଚନା ମୁତାବକ ଅଭିନେତ୍ରୀ ରଶ୍ମିକା ମନ୍ଦନା ତେଲୁଗୁ ଏବଂ ମଲାୟଲାମ ଫିଲ୍ମରେ ବେଶ୍ ସକ୍ରିୟ। ସେ ହେଉଛନ୍ତି ନ୍ୟଶନାଲ କ୍ରସ୍। ସାଉଥ ପରେ ଏବେ ରଶ୍ମିକା ବଲିଉଡ ମୁହାଁ ହୋଇଛନ୍ତି। ଆଗକୁ ସେ ‘ମିସନ୍ ମଜନୁ’ ଫିଲ୍ମରେ ନଜର ଆସିବେ। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଦେଖିବାକୁ ମିଳିବ।

The post ରଶ୍ମିକାଙ୍କ ପାଇଁ ଦୌଡ଼ିଗଲେ ୯୦୦ କିଲୋମିଟର appeared first on Odisha Reporter.



from Odisha Reporter https://ift.tt/3vU2VNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages