ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ UG/PG ଫାଇନାଲ ଇୟର ବା ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏହି ଘୋଷଣା କରିଛନ୍ତି।
ସେ କହିଛନ୍ତି, ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କ ମତାମତ ନିଆଯାଇ ୟୁଜି/ପିଜି ଫାଇନାଲ ଇୟର ବା ଫାଇନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ। ପରୀକ୍ଷାର ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ ଗୁଡ଼ିକ ସ୍ଥିର କରିବେ। ସେହିଭଳି ଅନ୍ଲାଇନ୍ରେ କେମିତି ପରୀକ୍ଷା ହେବ, ତାହା ବି ବିଶ୍ୱବିଦ୍ୟାଳୟ ବା ସ୍ୱୟଂଶାସିତ କଲେଜ ଗୁଡ଼ିକ ସ୍ଥିର କରିବେ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ସୁବିଧା ନଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ। ପିଲାମାନେ ଯେଭଳି ଅନ୍ଲାଇନ୍ରେ ପରୀକ୍ଷା ଦେଇପାରିବେ, ସେ ନେଇ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ।
ସେ ଆହୁରି କହିଛନ୍ତି, ଏହି ପିଲାମାନଙ୍କର ଯଦି ପୂର୍ବ ସେମିଷ୍ଟରର କିଛି ପରୀକ୍ଷା ବାକି ଅଛି କିମ୍ବା ବ୍ୟାକ୍ ପେପର ରହିଛି, ତା’ହେଲେ ସେମାନେ ଅନ୍ଲାଇନ୍ ପରୀକ୍ଷା ମାଧ୍ୟମରେ ଜୁଲାଇ, ଅଗଷ୍ଟ ମାସ ସୁଦ୍ଧା ସେଗୁଡ଼ିକୁ ଶେଷ କରିବେ। ୟୁଜି/ପିଜିର ବାକି ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କିଛି ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କର ଏକ ବୈଠକ ବସିଥିଲା। ଏହି ବୈଠକରେ UG/PG ପରୀକ୍ଷା କରାଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା। ତେବେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୁଳପତିମାନେ ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳର କିଛି ଛାତ୍ରଛାତ୍ରୀ ସହିତ ଆଲୋଚନା କରିବାକୁ ଚାହିଁଥିଲେ। ଏହି ବୈଠକରେ କେତେ ଜଣ କୁଳପତି ଅଫ୍ଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ତେବେ ଆଜି ସବୁ ସସ୍ପେନ୍ସ ଉପରୁ ପରଦା ହଟିଯାଇଛି।
The post UG/PG ପରୀକ୍ଷା ନେଇ ବଡ଼ ନିଷ୍ପତ୍ତି, ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2SLWgaJ
No comments:
Post a Comment