ଯେଉଁ ଫଟୋ ଦେଖି ରାଗି ଯାଇଥିଲେ, ୫ ବର୍ଷ ପରେ ସେହି ଫଟୋ ମଗାଇଲେ ଆଇଏଏସ୍‌ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଯେଉଁ ଫଟୋ ଦେଖି ରାଗି ଯାଇଥିଲେ, ୫ ବର୍ଷ ପରେ ସେହି ଫଟୋ ମଗାଇଲେ ଆଇଏଏସ୍‌ ଦମ୍ପତି

ନୂଆଦିଲ୍ଲୀ: ନିଜ ଖବରକାଗଜ ପାଇଁ ବର୍ଷା ସମୟର ଫଟୋ କଏଦ କରୁ କରୁ ଜଣେ ଫଟୋଗ୍ରାଫର ନିଜ ଫ୍ରେମରେ ଏପରି ଏକ ଯୋଡ଼ିଙ୍କ ଫଟୋ କଏଦ କରିଥିଲେ, ଯେଉଁ ଫଟୋ ପାଇଁ ୫ ବର୍ଷ ପରେ ସେ ବେଶ୍‌ ଗର୍ବିତ ଅନୁଭବ କରୁଛନ୍ତି। ଉକ୍ତ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇ ରହି ଯାଇଥିବା ସେବେକାର ପ୍ରେମୀଯୁଗଳ ଏବେ ହେଉଛନ୍ତି ଆଇଏଏସ୍‌ କପଲ ଚାନ୍ଦନୀ ଚନ୍ଦ୍ରନ ଓ ତାଙ୍କ ସ୍ୱାମୀ ଅରୁଣ ସୁଦର୍ଶନ ।  ଦୀର୍ଘ ୫ ବର୍ଷ ପରେ ଉକ୍ତ ଫଟୋକୁ ନେଇ ଏକ ମଜାଦାର ଘଟଣା ସମ୍ପର୍କରେ ଚାନ୍ଦନୀ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିବା ପରେ ଏବେ ତାହା ଖୁବ୍‌ ଟ୍ରେଣ୍ଡ କରୁଛି।

୨୦୧୫ ମସିହାରେ ୟୁପିଏସ୍‌ସି ପରୀକ୍ଷା  ଦେଇଥିବା ଚାନ୍ଦନୀ ହଜାର ହଜାର ପରିକ୍ଷାର୍ଥୀଙ୍କ ମଧ୍ୟରେ  ଅନ୍ୟତମ ଥିଲେ ଯିଏ କି ୨୦୧୬ରେ ନିଜ ରେଜଲ୍ଟ ବାହାରିବାକୁ ନେଇ ଖୁବ୍‌ ବିଚଳିତ ଥିଲେ। ରେଜଲ୍ଟ ବାହାରିବା ପୂର୍ବରୁ ୨୦୧୬ ମସିହା ମେ’ ୧୦ ତାରିଖରେ ଖୁବ୍‌ ଚିନ୍ତାଗ୍ରସ୍ତ ଥିବା ଚାନ୍ଦନୀ ଏଥିରୁ ମୁକ୍ତି ପାଇବାକୁ ସେତେବେଳେ ତାଙ୍କ ବୟଫ୍ରେଣ୍ଡ ଥିବା ସୁଦର୍ଶନଙ୍କ ସହ ରାସ୍ତାରେ ବୁଲିବାକୁ ଚାଲିଗଲେ। ବର୍ଷା ହେଉଥିବାରୁ ଉଭୟ ଏକ ଛତା ତଳେ ଚାଲି ଚାଲି ଯାଉଥିଲେ।

ସେହି ବର୍ଷ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇପାରି ନ ଥିଲେ ଚାନ୍ଦନୀ। ମାତ୍ର ଏହା ପରଦିନ ଟାଇମ୍ସ ଅଫ ଇଣ୍ଡିଆରେ ବାହାରିଥିବା ୟୁପିଏସ୍‌ସି ଟପ୍ପରଙ୍କ ଫଟୋ ନିକଟରେ ତାଙ୍କର ଓ ସୁଦର୍ଶନଙ୍କ ବର୍ଷାର ଏକ ଫଟୋ ବାହାରିଥିଲା।

ଚାନ୍ଦନୀ ଟ୍ୱିଟ କରିଛନ୍ତି, ରେଜଲ୍ଟ ବାହାରିବା ପରଦିନ ଟାଇମ୍ସ ଅଫ୍‌ ଇଣ୍ଡିଆର ପୃଷ୍ଠା ଟପ୍ପରଙ୍କ ଫଟୋରେ ଭର୍ତ୍ତି ହୋଇଥିବା ବେଳେ ସେହି ପେଜ୍‌ର ଗୋଟିଏ ସାଇଡରେ ଆମ ଫଟୋ ବି ବାହାରିଥିଲା। ବର୍ଷା ସମ୍ପର୍କୀତ ଏକ ଖବରରେ ଆମ ଫଟୋ ବାହାରିଥିଲା। ଆମେ ସେତେବେଳେ ପ୍ରେମ କରୁଥିବା ବେଳେ ପରିବାର ଲୋକଙ୍କୁ ଏ ସମ୍ପର୍କରେ କିଛି ଖବର ନ ଥିଲେ। ତେଣୁ ଉଭୟ ବିବାହ କରି ନ ଥିବାରୁ ପରିବାର ଲୋକଙ୍କ ନଜରରେ ଏହି ଫଟୋ ପଡ଼ିଯିବ ଭାବି ଚିନ୍ତାରେ ପଡ଼ିଗଲୁ। ଏହାପରେ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ ଫୋନ୍‌ କରି ଏନେଇ ଅଭିଯୋଗ ମଧ୍ୟ କଲୁ।

ତାପର ପରବର୍ଷ ଅର୍ଥାତ ୨୦୧୭ ମସିହାରେ ଚାନ୍ଦନୀ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ।  ଏବେ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଉପ-ମାଜିଷ୍ଟ୍ରେଟ ପଦରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀ ସୁଦର୍ଶନ ମଧ୍ୟ ଏବେ କେରଳରେ ପ୍ରଶାସନିକ ଅଧିକାରୀ ଭାବେ କାମ କରୁଛନ୍ତି।

ଏନେଇ ଚାନ୍ଦନୀ କହିଛନ୍ତି, ମୁଁ ଶେଷରେ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହେଲି ଓ ଆମେ ଦୁହେଁ ବିବାହ ବି କଲୁ।  ଦୀର୍ଘ ବର୍ଷ ପରେ  ଅଚାନକ ହଠାତ୍‌  ଏହି ଫଟୋ ବିଷୟରେ ମନେ ପଡ଼ିଯିବାରୁ ସେ ସୁଦର୍ଶନଙ୍କୁ ଜଣାଇଥିଲେ। ସୁଦର୍ଶନ ମଧ୍ୟ ଜଣେ ଭଲ ସ୍ୱାମୀ ଭାବେ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମ୍ପୃକ୍ତ ଫଟୋଗ୍ରାଫରଙ୍କ ସହ ଯୋଗାଯୋଗ କରି ଉକ୍ତ ଫଟୋ ସଂଗ୍ରହ କରିପାରିଥିଲେ। ଏନେଇ ଉକ୍ତ ଫଟୋଗ୍ରାଫରଙ୍କୁ ଟ୍ୱିଟ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି ଚାନ୍ଦନୀ।

ଫଟୋଗ୍ରାଫରଜଣକ ମଧ୍ୟ ଏହି ଟ୍ୱିଟର ଜବାବ ଦେଇ କହିଛନ୍ତି, ବର୍ଷା ସମୟରେ ଉଠାଇଥିବା ଏକ ଫଟୋ ପଛରେ ଥିବା ଏହି କାହାଣୀ ମୋତେ ୫ ବର୍ଷ ପରେ ଜାଣିବାକୁ ମିଳିଲା।  ଆପଣ ଉଭୟଙ୍କ ଯୋଡ଼ି ବହୁତ ସୁନ୍ଦର ଓ ଆଗାମୀ ଦିନ ପାଇଁ ବହୁତ ଶୁଭକାମନା। ଆପଣଙ୍କ ଜୀବନ ଯାତ୍ରାରେ ଅଂଶୀଦାର ହୋଇପାରିଥିବାରୁ ମୁଁ ବହୁତ ଖୁସି।

 

The post ଯେଉଁ ଫଟୋ ଦେଖି ରାଗି ଯାଇଥିଲେ, ୫ ବର୍ଷ ପରେ ସେହି ଫଟୋ ମଗାଇଲେ ଆଇଏଏସ୍‌ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/3Ahz7hl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages