ଭାରତର ଅସନ୍ତୋଷ ଦେଖି ୭ ୟୁରୋପିଆନ୍ ଦେଶ କୋଭିଶିଲ୍ଡ ଟିକାକୁ ଦେଲେ ଗ୍ରୀନ ପାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଭାରତର ଅସନ୍ତୋଷ ଦେଖି ୭ ୟୁରୋପିଆନ୍ ଦେଶ କୋଭିଶିଲ୍ଡ ଟିକାକୁ ଦେଲେ ଗ୍ରୀନ ପାସ୍

ନୂଆଦିଲ୍ଲୀ: କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବା ପରେ ଭାରତ ସରକାର କଡ଼ା ଆପତ୍ତି ଜଣାଇ ଅସନ୍ତୋଷ ପ୍ରକାଶ କରିବାର ୨୪ ଘଣ୍ଟା ଭିତରେ ଏକ ସକାରାତ୍ମକ ଖବର ଆସିଛି। ୟୁରୋପିଆନ୍ ୟୁନିଅନରେ ସାମିଲ ଥିବା ୭ଟି ଦେଶ କୋଭିଶିଲ୍ଟ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଥିବେ ତାଙ୍କୁ ଏହି ୭ଟି ଦେଶ ଭିସା ଦେବେ। ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ୍ ଏବେ କୋଭିଶିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି। ଏବେ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଛନ୍ତି ସେମାନେ କୋଓ୍ୱିନ ଆପ ମାଧ୍ୟମରେ ତାଙ୍କ ଟିକାକରଣର ସାର୍ଟିଫିକେଟ ବା ପ୍ରମାଣପତ୍ର ଦେଖାଇଲେ ଏହାକୁ ଏହି ୭ ୟୁରୋପିଆନ୍ ଦେଶ ଗ୍ରହଣ କରିବା ସହ ଭିସା ପ୍ରଦାନ କରିବେ।

ଏହା ପୂର୍ବରୁ ଆମେରିକାର ଫାଇଜର, ମୋଡର୍ଣ୍ଣା, ଭାକ୍ସଜେଭରିଆ (ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା) ଏବଂ ଜନଶନ ଆଣ୍ଡ ଜନଶନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ଦେବାକୁ ୟୁରୋପିଆନ୍ ୟୁନିଅନ ଅନୁମତି ଦେଇଥିଲା।

ଭାରତର ଅନେକ ବ୍ୟକ୍ତି ପାଠ ପଢ଼ିବା ପାଇଁ, ଚାକିରି ପାଇଁ ୟୁରୋପ ଦେଶକୁ ଯାଆନ୍ତି। କିନ୍ତୁ ୟୁରୋପିଆନ୍ ୟୁନିଅନ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ସମସ୍ୟା ଉପୁଜିଛି। କୋଭିଡ ପରେ ଏବେ ବିଦେଶ ଯିବାକୁ ହେଲେ ଗ୍ରୀନ୍ ପାସର ଆବଶ୍ୟକ ରହିଛି। ଏହି ଗ୍ରୀନ ପାସ ହେଲା କିଏ କେଉଁ ଟିକା ନେଇଛନ୍ତି। ଯଦି ସେହି ଟିକା ସଂପୃକ୍ତ ଦେଶରେ ମଞ୍ଜୁରୀ ଦେଇଥିବ ତାହେଲେ ଜଣେ ଗ୍ରୀନ୍ ପାସ ପାଇବାକୁ ହକଦାର। ୟୁରୋପ କିନ୍ତୁ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିଲା। ଏବେ ଭାରତ ସରକାର ଏହାକୁ ବିରୋଧ  କରିବା ପରେ କୋଭିଶିଲ୍ଡ ଟିକାକୁ ୭ ଇୟୁ ଦେଶ ଅନୁମତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବା ପରେ ଭାରତ ସରକାର ଏହାକୁ ନେଇ କଡ଼ା ଆପତ୍ତି ଜଣାଇଥିଲେ। ଯେସାକୁ ତେସା ନୀତିରେ ଭାରତ ସରକାର କହିଥିଲେ ଯଦି କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବ ତାହେଲେ ଯେଉଁମାନେ ୟୁରୋପିଆନ୍ ୟୁନିଅନରୁ ଭାରତକୁ ଆସିବେ ସେମାନଙ୍କ ଭ୍ୟାକସିନ ସାର୍ଟିଫିକେଟ ବି ଗ୍ରହଣ କରାଯିବନାହିଁ। ତେଣୁ ସେମାନଙ୍କୁ ୧୫ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ଭାରତ ସରକାର କହିଥିବା ସୂଚନା ରହିଛି।

ଏହି ଆଧାରରେ କୋଭିଶିଲ୍ଟ ଟିକାକୁ ମିଳିଲା କି?

ଇୟୁର ସାତ ଦେଶ ଯଦିଓ କୋଭିଶିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି ହେଲେ କୋଭାକ୍ସିନକୁ କେବେ ଅନୁମତି ଦେବେ ତାହା ଏବେ ଅପେକ୍ଷାରେ। କିନ୍ତୁ କୋଭିଶିଲ୍ଟ ଟିକାକୁ ଇୟୁର ଏହି ସାତ ଦେଶ ଅନୁମତି ଦେବା ପଛର କାରଣ ଆଷ୍ଟ୍ରାଜେନିକା ଟିକା ବୋଲି କୁହାଯାଉଛି। କାରଣ ଏହି ସାତ ଦେଶ ପୂର୍ବରୁ ଭାକ୍ସଜେଭରିଆ ଟିକାକୁ ଅନୁମତି ଦେଇଛନ୍ତି। ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ମିଳିତ ଉଦ୍ୟମରେ ବିକଶିତ ହୋଇଛି। ସେହିପରି କୋଭିଶିଲ୍ଡ ମଧ୍ୟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ମିଳିତ ଉଦ୍ୟମରେ ତିଆରି ହୋଇଛି। ଭାରତରେ ଏହି ଟିକା ସେରମ୍ ଇନଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆ ଦ୍ୱାରା କୋଭିଶିଲ୍ଡ ନାଁରେ ତିଆରି ହେଉଛି। ତେଣୁ କୋଭଶିଲ଼୍ଡକୁ ଇୟୁର ୭ଟି ଦେଶ ଅନୁମତି ଦେଇଛନ୍ତି। ହେଲେ ଭାରତର କୋଭାକ୍ସିନ, ରୁଷିଆର ସ୍ପୁଟନିକ ଭିକୁ କିନ୍ତୁ କୌଣସି ଇୟୁ ଦେଶ ଅନୁମତି ଦେଇ ନାହାନ୍ତି।

The post ଭାରତର ଅସନ୍ତୋଷ ଦେଖି ୭ ୟୁରୋପିଆନ୍ ଦେଶ କୋଭିଶିଲ୍ଡ ଟିକାକୁ ଦେଲେ ଗ୍ରୀନ ପାସ୍ appeared first on Odisha Reporter.



from Odisha Reporter https://ift.tt/3jyr9dY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages