ଚାରି ମାସରେ ଦୁଇ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 2, 2021

ଚାରି ମାସରେ ଦୁଇ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଡେରାଡୁନ: ଉତ୍ତରାଖଣ୍ଡରେ ଚାରିମାସରେ ଦୁଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଆଜି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ଏଥିପାଇଁ ଅପରାହ୍ନ ୩ଟାରେ ଶାସକ ଦଳ ବିଜେପିର ବିଧାୟକ ଦଳ ବୈଠକ ବସିବ। ଶୁକ୍ରବାର ବିଳମ୍ୱିତ ରାତିରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତ ଇସ୍ତଫା ଦେଇଛନ୍ତି। ମାତ୍ର ତିନି ମାସ ସେ ଏହି ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ରାତି ୧୧ଟାରେ ଇସ୍ତଫା ଦେବା ବେଳେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକଙ୍କ ସମେତ ଅନେକ ବିଜେପି ବିଧାୟକ ଥିଲେ। ଇସ୍ତଫା ଦେବା ପରେ ତିରଥ ମିଡିଆକୁ ପ୍ରତିକ୍ରିୟା ଦେବା ପରେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଛି।

ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି। ତିରଥ ସିଂ ରାୱତ କହିଛନ୍ତି ଯେ ନିର୍ବାଚନ ଆୟୋଗର ଧାରା ୧୫୧, ୧୬୪ ଅନୁଯାୟୀ ସାମ୍ବିଧାନିକ ସଙ୍କଟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବା ଠିକ୍ ହେବ ଭାବି ଇସ୍ତଫା ଦେଇଥିବା ସୂଚନା ରହିଛି। ଏମଏଲସି ରୁ ବିଧାନସଭା, ସାଂସଦ ପରେ ମୁଖ୍ୟମନ୍ତ୍ରୀ ଭଳି ଦାୟିତ୍ୱ ଦେଇଥିବାରୁ ସେ ଦଳ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଏତକ କହିବା ପରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏଥି ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକ କହିଛନ୍ତି ଯେ ଶନିବାର ବିଜେପି ବିଧାନସଭା ଦଳର ଏକ ବୈଠକ ହେବ ଏବଂ ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବ ବୋଲି ସେ କହିଛନ୍ତି।

ଯିଏ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ, ତାଙ୍କର କାର୍ଯ୍ୟକାଳ ମାତ୍ର ୭-୮ ମାସ ହେବ। କାରଣ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ତିରଥ ସାଂସଦ ହୋଇଥିବାରୁ ସେପ୍ଟେମ୍ୱର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ଦରକାର। ହେଲେ ବର୍ଷେରୁ କମ୍ ସମୟ ରହିଛି ବିଧାନସଭା ନିର୍ବାଚନକୁ। ତେଣୁ ରାଜ୍ୟରେ ଉପନିର୍ବାଚନ ହୋଇପାରିବ ନାହିଁ। ହେଲେ ଜଣେ ବିଧାୟକ ନହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ନିହାତି ଦରକାର। ତେଣୁ ଏସବୁ ସ୍ଥିତିକୁ ଦେଖି ତିରଥ ଇସ୍ତଫା ଦେଇଛନ୍ତି।

The post ଚାରି ମାସରେ ଦୁଇ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା appeared first on Odisha Reporter.



from Odisha Reporter https://ift.tt/3jB4oWz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages