ରାୟପୁର: ‘ଜାଲ୍ ଟୁଲକିଟ୍’ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟ୍ୱିଟ୍କୁ ନେଇ ଦାୟର ହୋଇଥିବା ଏଫ୍ଆଇଆର ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ଏହି ନିର୍ଦ୍ଦେଶକୁ ଏବେ ବିରୋଧ କରି ଛତିଶଗଡ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଛତିଶଗଡ ହାଇକୋର୍ଟ ଜୁନ୍ ୧୧ରେ ଦୁଇଟି ପୃଥକ ନିର୍ଦ୍ଦେଶ ଜାରି କରି ରମଣ ସିଂହ ଏବଂ ସମ୍ୱିତ ପାତ୍ରଙ୍କ ବିରୋଧରେ ଦାୟର ହୋଇଥିବା ସମାନ ଏଫ୍ଆଇଆରରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।
ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ଏଫଆଇଆର କେବଳ ରାଜନୀତିକ ଦଳ ମଧ୍ୟରେ ହୋଇଥିବା ମତଭେଦ ପାଇଁ ହୋଇଛି। ତେଣୁ ଦୁଇ ବିଜେପି ନେତାଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଥିଲେ ରାଜ୍ୟର ସର୍ବୋଚ୍ଚ କୋର୍ଟ। ତେବେ ଛତିଶଗଡ଼ ସରକାର କିନ୍ତୁ ହାଇକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ବିଜେପି ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିବାଦରେ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ସରକାର କହିଛନ୍ତି ଯେ, ହାଇକୋର୍ଟ ଭୁଲରେ ରମଣ ସିଂ ଓ ସମ୍ୱିତ ପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଛନ୍ତି।
ରାଜ୍ୟ ସରକାର ଆବେଦନରେ ତାଙ୍କର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ହାଇକୋର୍ଟ ସମ୍ବିଧାନର ଧାରା ୨୨୬କୁ ବ୍ୟବହାର କରିଛନ୍ତି। ଏହା ବିରଳ ମାମଲାରେ ବ୍ୟବହାର କରାଯିବା ଉଚିତ ବୋଲି କହି ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବାକୁ ଆବେଦନରେ ଦର୍ଶାଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ହାଇକୋର୍ଟ ବିଶେଷ ଅଧିକାର ବ୍ୟବହାର କରିବାରେ ତ୍ରୁଟି କରିଛନ୍ତି। କାରଣ ଟୁଲକିଟ ମାମଲାରେ ପ୍ରାଥମିକ ତଦନ୍ତ ବେଳେ ଟୁଲକିଟ୍ ଜାଲ ବୋଲି ଜଣାପଡ଼ିଛି।
The post ସମ୍ୱିତ ପାତ୍ର ଓ ରମଣ ସିଂଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଛତିଶଗଡ଼ ସରକାର appeared first on Odisha Reporter.
from Odisha Reporter https://ift.tt/2TwWoLD
No comments:
Post a Comment