ଲଣ୍ଡନ: ଶେଷ ହୋଇଛି ୟୁରୋ କପ୍ ୨୦୨୦ର ଅନ୍ତିମ ମ୍ୟାଚ। ଘରୋଇ ଟିମକୁ ଚକମା ଦେଲା ଇଟାଲୀ। ଆଉ ଧୂଳିସାତ ହୋଇଛି ଇଂଲଣ୍ଡର ୟୁରୋ କପ ଟାଇଟେଲ ସ୍ୱପ୍ନ। ପେନାଲ୍ଟି ସୁଟ ଆଉଟରେ ଇଂଲଣ୍ଡକୁ ୩-୨ରେ ପରାସ୍ତ କରି ଟାଇଟଲ୍ ଜିତିଛି ଇଟାଲୀ। ଏହି ମ୍ୟାଚ ଜିତି ଦ୍ୱିତୀୟ ଥର ପାଇଁ ୟୁରୋ କପ୍ ହାତେଇଛି ଇଟାଲୀ।
ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ ଘରୋଇ ମାଟିରେ ଟାଇଟେଲ ଜିତିବ ବୋଲି ସ୍ୱପ୍ନ ଦେଖିଥିଲା ହେଲେ ପେନାଲ୍ଟି ସୁଟ୍ ଆଉଟ ବେଳେ ବାଜି ଓଲଟାଇ ଦେଇଛି ଇଟାଲୀ। ଏହାପୂର୍ବରୁ, ଇଟାଲୀ ୧୯୬୮ରେ ୟୁରୋ କପ୍ ଜିତିଥିଲା।
ଫାଇନାଲ ମ୍ୟାଚର ଆରମ୍ଭରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଦୁଇ ମିନିଟରେ ଗୋଲ୍ ଦେଇ ପ୍ରତିପକ୍ଷ ଇଟାଲୀକୁ ଚକମା ଦେଇଥିଲା। ଲୁକ ଖା ଏହି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ ରଖିଥିଲେ।
ତେବେ ମ୍ୟାଚ୍ର ୬୭ ମିନିଟରେ ଇାଟାଲୀର ଲିଓନାର୍ଡୋ ବୋନୁଚି ଗୋଲ ଦେଇ ମ୍ୟାଚକୁ ୧-୧ରେ ସମାନ ରଖିଥିଲେ। ଏହା ପରେ ଉଭୟ ଦଳରୁ କୌଣସି ଗୋଲ୍ ଦେଖିବାକୁ ମିଳିନଥିଲା। ଏହାପରେ ୩୦ ମିନିଟ୍ ଅତିରିକ୍ତ ସମୟ ଖେଳିଥିଲେ ମଧ୍ୟ ଉଭୟ ପକ୍ଷ ପରସ୍ପରକୁ ଗୋଲ୍ ଦେଇପାରିନଥିଲେ।
ଏହାପରେ ଆରମ୍ଭ ହୋଇଥିଲା ପେନାଲ୍ଟି ସୁଟଆଉଟ୍। ଦ୍ୱିତୀୟ ଥର ପାଇଁ ୟୁରୋ କପ ଫାଇନାଲ୍ ମ୍ୟାଚରେ ପେନାଲ୍ଟି ସୁଟଆଉଟ୍ ହୋଇଛି। ଡୋମେନିକୋ ବେରାର୍ଡି, ଫେଡେରିକ ଏବଂ ଲିଓନାର୍ଡୋ ବୋନୁଚି ଇଟାଲୀ ପାଇଁ ଗୋଲ୍ ସ୍କୋର କରିଥିବାବେଳେ ହ୍ୟାରି କେନ, ହ୍ୟାରି ମାଗୁଏର ଇଂଲଣ୍ଡ ପାଇଁ ଗୋଲ୍ କରିଥିଲେ।
The post ୟୁରୋ କପ୍: ଇଂଲଣ୍ଡର ସ୍ୱପ୍ନ ଚୁରମାର କଲା ଇଟାଲୀ appeared first on Odisha Reporter.
from Odisha Reporter https://ift.tt/3AUaJCU
No comments:
Post a Comment