ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସମଗ୍ର ଦେଶବାସୀଙ୍କୁ ସ୍ୱତନ୍ତ୍ର ଭାବେ ଓଡ଼ିଶାର ସମସ୍ତ ଶ୍ରଦ୍ଧାଳୁଙ୍କୁ ରଥ ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହୁ ବୋଲି ଟ୍ୱିଟ କରିଛନ୍ତି ରାଷ୍ଟ୍ରପତି ।
भगवान जगन्नाथ की रथ यात्रा के शुभ अवसर पर सभी देशवासियों, विशेष रूप से ओडिशा में सभी श्रद्धालुओं को मेरी हार्दिक बधाई एवं शुभकामनाएं। मैं कामना करता हूँ कि प्रभु जगन्नाथ के आशीर्वाद से सभी देशवासियों का जीवन सुख, समृद्धि और स्वास्थ्य से परिपूर्ण बना रहे।
— President of India (@rashtrapatibhvn) July 12, 2021
ରଥ ଯାତ୍ରା ଅବସରରେ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ଭରି ଦିଅନ୍ତୁ ବୋଲି କାମନା କରିଛନ୍ତି। ମହାପ୍ରଭୁଙ୍କ ରଥ ଯାତ୍ରା ଜଗତ ପାଇଁ ସୁଖ, ଶାନ୍ତି ଓ ଖୁସି ଆଣୁ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ।
महाप्रभु श्री जगन्नाथ जी की रथ यात्रा के शुभारंभ की आप सभी को हार्दिक शुभकामनाएं। महाप्रभु सबके जीवन को सुख, समृद्धि, उत्तम स्वास्थ्य एवं भक्ति भाव के आशीर्वाद से अभिसिंचित करें।
महाप्रभु की यह रथ यात्रा सम्पूर्ण सृष्टि के लिए सुख, शांति और खुशहाली का कारक बनें।
जय जगन्नाथ!
— Yogi Adityanath (@myogiadityanath) July 12, 2021
The post ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି appeared first on Odisha Reporter.
from Odisha Reporter https://ift.tt/3yK5XG8
No comments:
Post a Comment