ସିଲ୍‌ ହେଲା ଅନ୍ନାଙ୍କ ବିଲ୍ଡିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ସିଲ୍‌ ହେଲା ଅନ୍ନାଙ୍କ ବିଲ୍ଡିଂ

ମୁମ୍ବାଇ: ସିଲ୍‌ ହେଲା ବଲିଉଡର ଅନ୍ନା ତଥା ସୁନୀଲ ସେଟ୍ଟିଙ୍କ ବିଲ୍ଡିଂ। ସୁନୀଲଙ୍କ ବିଲ୍ଡିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା କାରଣରୁ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି। ହେଲେ ସୁନୀଲଙ୍କ ପରିବାରର କେହି ବି ମହାମାରୀ ଦ୍ୱାରା କବଳିତ ହୋଇ ନ ଥିବା ଜଣାଯାଇଛି।

ମୁମ୍ବାଇର ଅଲଟାମାଉଣ୍ଟ ରୋଡ଼ସ୍ଥିତ ପୃଥ୍ୱୀ ଆପାଟମେଣ୍ଟକୁ ସିଲ୍‌ କରି ଦିଆଯାଇଛି। ଏହି ବିଲ୍ଡିଂରେ ସୁନୀଲ ସେଟ୍ଟି ନିଜ ପରିବାର ସହ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ଏହି ବିଲ୍ଡିଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା କାରଣରୁ ଏପରି ପଦକ୍ଷେପ ନେଇଛି ବିଏମ୍‌ସି।

ଗୋଟିଏ ବିଲ୍ଡିଂରେ ୫ କରୋନା ମାମଲା ସାମନାକୁ ଆସିଲେ ତାହାକୁ ତୁରନ୍ତ ସିଲ୍‌ କରୁଛି ବିମ୍‌ସି। କିନ୍ତୁ ଏହି ବିଲ୍ଡିଂରେ ରହୁଥିବା ସୁନୀଲ ସେଟ୍ଟିଙ୍କ ପରିବାରର କେହି ଆକ୍ରାନ୍ତ ହୋଇ ନାହାନ୍ତି। ପରିବାର ସହ ସୁନୀଲ ଏବେ ମୁମ୍ବାଇ ବାହାରେ ଅଛନ୍ତି।

୧୨୦ ଫ୍ଲାଲ୍ଟ ବିଶିଷ୍ଟ ବିଲ୍ଡିଂକୁ ସିଲ୍‌ କରାଯାଇଥିବା ଖବର ସମ୍ପର୍କରେ ମୁମ୍ବାଇର ଡି ୱାର୍ଡର ଆସିଷ୍ଟାଣ୍ଟ କମିଶନର ପ୍ରଶାନ୍ତ ଗାୟକୱାଡ ଜଣାଇଛନ୍ତି। କେବଳ ଏହି ଗୋଟିଏ ବିଲ୍ଡିଂ ନୁହେଁ ମୁମ୍ବାଇ ଡି ୱାର୍ଡର ୧୦ ଜାଗାକୁ ସଂକ୍ରମଣ କାରଣରୁ ସିଲ୍‌ କରି ଦିଆଯାଇ ଯାଇଛି।

ସୁନୀଲଙ୍କ ପରିବାର ଏବେ ମୁମ୍ବାଇ ବାହାରେ ଅଛନ୍ତି।  ବିଏମ୍‌ସି ଏହି ଆପାର୍ଟମେଣ୍ଟର କିଛି ଫ୍ଲୋରକୁ ସିଲ୍‌ କରିଦେଇଥିବା କହିଛନ୍ତି ସୁନୀଲଙ୍କ ପ୍ରବକ୍ତା।

କରୋନାର ଦ୍ୱିତୀୟ ଲହର କୋପ ଦୀର୍ଘ ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ଲାଗି ରହିବା ପରେ କିଛି ଦିନୁ ପୂର୍ବେ ଏହା କମିଥିଲା। ଏବେ ପୁଣି ଥରେ ସଂକ୍ରମଣ ମାମଲା ସହରରେ ବଢ଼ିବାରେ ଲାଗିଥିବାରୁ ପୁଣି ଥରେ ଆକ୍ସନ ମୁଡ଼କୁ ଆସିଯାଇଛି ବିଏମ୍‌ସି

The post ସିଲ୍‌ ହେଲା ଅନ୍ନାଙ୍କ ବିଲ୍ଡିଂ appeared first on Odisha Reporter.



from Odisha Reporter https://ift.tt/3yQePd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages