ସୁଶାନ୍ତଙ୍କ ସ୍ଥାନ ନେଲେ ଶହିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ସୁଶାନ୍ତଙ୍କ ସ୍ଥାନ ନେଲେ ଶହିର

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ରାଜପୁତଙ୍କ ସ୍ଥାନ ଦେଲେ ଶହିର ଶେଖ୍। ସେ ସୁଶାନ୍ତଙ୍କୁ ରିପ୍ଲେସ କରିଛନ୍ତି। ଶହିର ଏବେ ମାନବ ସାଜିଛନ୍ତି। ସେ ମାନବ ସାଜି ଅର୍ଚ୍ଚନାଙ୍କ ସହ ରୋମାନ୍ସ କରିବେ।

୮ ବର୍ଷ ପରେ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ସିରିଏଲ୍ ‘ପବିତ୍ର ରିସ୍ତା’ ପୁଣିଥରେ ଫେରୁଛି। ତେବେ ଏଥର ନୂଆ ରୂପ ଓ ନୂଆ ରଙ୍ଗ ନେଇ। ‘ପବିତ୍ର ରିସ୍ତା-୨.୦’ରେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ଥାନରେ ଶହିର ଶେଖ ନଜର ଆସିବେ। ଅଙ୍କିତା ଲୋଖଣ୍ଡେ ଏବଂ ଶହିରଙ୍କୁ ପ୍ରଥମ ଥର ପାଇଁ ଟେଲିଭିଜନ ପରାଦାରେ ଏକାଠି ଦେଖିବାକୁ ମିଳିବ।

ଏବେ ଏହି ସିରିଏଲ୍‌ର ସୁଟିଂ ଆରମ୍ଭ ହୋଇସାରିଛି। ନିକଟରେ ଅଙ୍କିତା ସୁଟିଂ ସେଟ୍‌ରୁ ଏହି ସିରିଏଲ୍ କିଛି ଫଟୋ,  ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଫଟୋରେ ଅଙ୍କିତା ଅର୍ଚ୍ଚନାର ଅବତାରରେ ସୁଟ୍ ପିନ୍ଧିଛନ୍ତି ଏବଂ ପୁରାପୁରି ସିମ୍ପୁଲ ଲୁକ୍‌ରେ ନଜର ଆସିଛନ୍ତି। ସେପଟେ ଶହିରଙ୍କ ଲୁକ୍‌କୁ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ‘ପବିତ୍ର ରିସ୍ତା’ର ମାନବ ଚରିତ୍ରର ଲୁକ୍ ଦିଆଯାଇଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ୨୦୦୯ରେ ଧାରାବାହିକ ‘ପବିତ୍ର ରିସ୍ତା’ ଆରମ୍ଭ ହୋଇଥିଲା। ଏଥିରେ ଅଙ୍କିତା ଲୋଖଣ୍ଡେ ଏବଂ ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ଥିଲେ। ଏ ଦୁହିଁଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ତେବେ ସୁଶାନ୍ତ ମୃତ୍ୟୁ ପରେ ଏହି ସିରିଏଲ୍ ସିକ୍ୱେଲ ପାର୍ଟରେ ଏବେ ଶହିର ନଜର ଆସିବେ। ତେବେ ଶହିର-ଅଙ୍କିତାଙ୍କୁ ଯୋଡିକୁ ଦର୍ଶକେ କେତେ ପସନ୍ଦ କରୁଛନ୍ତି ତାହା ସିରିଏଲ୍‌ଟି ଆରମ୍ଭ ହେଲା ପରେ ଜଣାପଡିବ।

 

View this post on Instagram

 

A post shared by Ankita Lokhande (@lokhandeankita)

 

View this post on Instagram

 

A post shared by Ankita Lokhande (@lokhandeankita)

The post ସୁଶାନ୍ତଙ୍କ ସ୍ଥାନ ନେଲେ ଶହିର appeared first on Odisha Reporter.



from Odisha Reporter https://ift.tt/3xB44LQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages