୭ରୁ ୧୭ ପ୍ରତିବାଦ; ୧୫ରେ ପେଟ୍ରୋଲ୍, ଡିଜେଲ୍‌ ନ କିଣିବାକୁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଅନୁରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

୭ରୁ ୧୭ ପ୍ରତିବାଦ; ୧୫ରେ ପେଟ୍ରୋଲ୍, ଡିଜେଲ୍‌ ନ କିଣିବାକୁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଅନୁରୋଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏହି ଗୋଟିଏ ଦିନ ଓଡ଼ିଶାବାସୀ ଏଥିରେ ସ୍ୱତଃପୂର୍ତ୍ତ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନକିଣିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଏଥିପାଇଁ ଆମେ କାହାକୁ ବାଧ୍ୟ କରିବୁ ନାହିଁ। କୌଣସି ସ୍ଥାନରେ ପିକେଟିଂ କରିବୁ ନାହିଁ କି ପେଟ୍ରୋଲ ପମ୍ପ ଆଗରେ ଛିଡ଼ା ହେବୁ ନାହିଁ। ଆମେ କେବଳ ରାଜ୍ୟବାସୀଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି କିଣୁଛନ୍ତି, ସେମାନେ ସେହି ଗୋଟିଏ ଦିନ ଏସବୁ ସାମଗ୍ରୀ କିଣନ୍ତୁ ନାହିଁ। ତା’ହେଲେ ହୁଏତ ଏହାର କିଛି ପ୍ରଭାବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ।

ଜୁଲାଇ ୭ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ୭ ତାରିଖରେ ଆମେ ରାଜ୍ୟର ପ୍ରତି ବ୍ଲକ୍ ହେଡ୍‌କ୍ୱାର୍ଟର୍ସରେ ପ୍ରତିବାଦ କରିବୁ। ୯ ତାରିଖରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ କରିବୁ। ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯିବ। ୧୭ ତାରିଖରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ ଆମେ ସାଧାରଣ ଲୋକଙ୍କ ଠାରୁ ଦସ୍ତଖତ ଗ୍ରହଣ କରିବୁ। ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦିର ଦର ହ୍ରାସ କରାଯାଉ ବୋଲି କହି ଆମେ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିବୁ ଓ ଏହାକୁ ଏକ ସ୍ମାରକପତ୍ର ଭାବେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବୁ।

ପିସିସି ସଭାପତି ଆହୁରି କହିଛନ୍ତି ଯେ ଏଆଇସିସିର ନିର୍ଦ୍ଦେଶକ୍ରମେ ଦଳୀୟ ନେତା ଓ କର୍ମୀମାନେ ଗାଁ ଗାଁ ବୁଲି କୋଭିଡ୍‌ ରିପୋର୍ଟ ସଂଗ୍ରହ କରିବେ। ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ତା’ପରେ ସଂଗୃହୀତ ରିପୋର୍ଟକୁ ନୂଆଦିଲ୍ଲୀ ପଠାଯିବ। ଏଥିରୁ ଉପଲବ୍ଧ ହୋଇପାରିବ ଯେ କରୋନା ଯୋଗୁ ଲୋକେ କେତେ ହନ୍ତସନ୍ତ ହେଉଛନ୍ତି।

The post ୭ରୁ ୧୭ ପ୍ରତିବାଦ; ୧୫ରେ ପେଟ୍ରୋଲ୍, ଡିଜେଲ୍‌ ନ କିଣିବାକୁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ଅନୁରୋଧ appeared first on Odisha Reporter.



from Odisha Reporter https://ift.tt/3ADatIr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages