ମୁମ୍ବାଇ: ବି-ଟାଉନରେ ରାଖି ସାୱନ୍ତ ଡ୍ରାମା କୁଇନ୍ ନାଁରେ ପ୍ରସିଦ୍ଧ। ତେବେ ସେ ପ୍ରତିଦିନ ଏଭଳି କିଛି କରନ୍ତି, ଯେଉଁ କାରଣରୁ ତାଙ୍କ ନାଁ ହେଡଲାଇନରେ ଆସେ। ବେଳେବେଳେ ରାଖୀ ମଧ୍ୟ ତାଙ୍କ ଭିଡିଓ ଜରିଆରେ ଲୋକଙ୍କୁ ମନୋରଞ୍ଜନ କରନ୍ତି। ରାଖୀଙ୍କ ଭିଡିଓ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି କ୍ରମରେ ରାଖୀଙ୍କ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆମୀର ଖାନଙ୍କ ଛାଡପତ୍ର ଏବଂ ନିଜ ସ୍ୱାମୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି।
ରାଖୀ ବେଶ୍ ମଜାଳିଆ ଢ଼ଙ୍ଗରେ କହିଛନ୍ତି, ‘ଛାଡପତ୍ର କଥାକୁ ନେଇ ମୁ ବେଶ୍ ଦୁଃଖିତ। ଏଠି ମୋ ଘର ବସି ପାରୁ ନାହିଁ, ଆଉ ଲୋକେ ଛାଡପତ୍ର ଉପରେ ଛାଡପତ୍ର ନେଉଛନ୍ତି। ମୋ ପାଇଁ କେହି ଜଣେ ସ୍ୱାମୀ ଖୋଜି ଆଣିଦିଅ। ମୋ ପାଇଁ କିଏ ଜଣେ ପୁଣି ଥରେ ସ୍ୱୟମ୍ବର ଆୟୋଜନ କର।’
ରାଖୀଙ୍କ ଏହି ମଜାଳିଆ ପ୍ରତିକ୍ରିୟା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକେ ରାଖୀଙ୍କ ଭିଡିଓରେ ଜୋରଦାର କମେଣ୍ଟ ମଧ୍ୟ କରିଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଦୀପକ କାଲାଲ ତୁମର ଲୋକେସନ୍ ଜାଣିବାକୁ ଚାହାଁନ୍ତି’। ଅନ୍ୟ ଜଣେ ଉପଭୋକ୍ତା ରାଖୀଙ୍କୁ ଆଶ୍ଚର୍ୟ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି।
ସୂଚନାମୁତାବକ, ନିକଟରେ ରାଖୀଙ୍କ ମ୍ୟୁଜିକ୍ ଭିଡିଓ ଗୀତ ‘ଡ୍ରିମ୍ ମେ ଏଣ୍ଟ୍ରି’ ରିଲିଜ୍ ହୋଇଛି। ଏହି ଗୀତଟିକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଏହି ଗୀତରେ ରାଖୀଙ୍କ ଡ୍ୟାନ୍ସ ପୁଣି ଥରେ ଲୋକଙ୍କୁ ପ୍ରଭାବିତ କରିଛି।
View this post on Instagram
The post ‘ମୋ ପାଇଁ କେହି ଜଣେ ସ୍ୱାମୀ ଖୋଜି ଆଣିଦିଅ’ appeared first on Odisha Reporter.
from Odisha Reporter https://ift.tt/3qO3ckn
No comments:
Post a Comment