ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୨ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ସେହିପରି ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା କାଲିଠୁ ୨୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୨୫ ଜୁଲାଇ ମଧ୍ୟରେ ପ୍ରାୟ ୩୯୭. ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୪୮୬.୭ ମିମି ଠାରୁ ୧୮ ପ୍ରତିଶତ କମ୍ । ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ମୌସୁମୀଜନିତ ଟ୍ରଫଲାଇନ୍ ବିକେନାର, ଆଜମେର, ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଉପରେ ଥିବା ଲଘୁଚାପ କ୍ଷେତ୍ର କେନ୍ଦ୍ର, ଡାଲଟନଗେଞ୍ଜ, ଜାମସେଦପୁର ମଧ୍ୟ ଦେଇ ପୂର୍ବରେ ତ୍ରିପୁରା ଯାଏ ଲମ୍ବିଛି। ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି। ୨୮ରେ ଗୋଟିଏ ଲଘୁଚାପ କ୍ଷେତ୍ର ସମ୍ଭାବନା ରହୁଛି। ଏହା ପ୍ରଭାବରେ ୨୭ରୁ ୨୯ ଯାଏ ଓଡ଼ିଶାରେ ବର୍ଷାର ସମ୍ଭାବନା ରହୁଛି। ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି। କିନ୍ତୁ ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି।
The post ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା appeared first on Odisha Reporter.
from Odisha Reporter https://ift.tt/3eUg1oD
No comments:
Post a Comment