ନିର୍ଣ୍ଣାୟକ ସମୟରେ ଧୋକା ଦେଲା ପିସ୍ତଲ, ଭାଙ୍ଗିଗଲା ସ୍ୱପ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ନିର୍ଣ୍ଣାୟକ ସମୟରେ ଧୋକା ଦେଲା ପିସ୍ତଲ, ଭାଙ୍ଗିଗଲା ସ୍ୱପ୍ନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଶନିବାର ସୌରଭ ଚୌଧୁରୀ ଓ ରବିବାର ଅନ୍ୟତମ ପଦକ ଦାବିଦାର ମନୁ ଭାକର ନିରାଶ କରିଛନ୍ତି। ରବିବାର ମନୁ ଭାକରଙ୍କ ପିସ୍ତଲ ଖରାପ ହୋଇଯାଇଥିଲା, ଯେଉଁ କାରଣରୁ ସେ ଅଳ୍ପକେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି।

ଦ୍ୱିତୀୟ ସିରିଜରେ ପିସ୍ତଲରେ ଟେକନିକାଲ୍ ଖରାପ କାରଣରୁ ମନୁଙ୍କର ପ୍ରାୟ ୫ ମିନିଟ୍ ନଷ୍ଟ ହୋଇଥିଲା ଏବଂ ମାନସିକ ଏକାଗ୍ରତା ପାଇଁ ଜଣାଶୁଣା ଏହି ଖେଳରେ କୌଣସି ଖେଳାଳିଙ୍କ ଲୟ ବିଗାଡ଼ିବା ପାଇଁ ଏହା ଯଥେଷ୍ଟ ଥିଲା। ନିଜର ପ୍ରଥମ ଅଲିମ୍ପିକ୍ସରେ ମନୁ ଭଲ ଶୁଭାରମ୍ଭ କରିଥିଲେ। କିନ୍ତୁ ନିର୍ଣ୍ଣାୟକ ସମୟରେ ପିସ୍ତଲ ଖରାପ ହେବାରୁ ମନୁଙ୍କ ଲୟ ଭାଙ୍ଗି ଯାଇଥିଲା।

 

ମନୁ ପ୍ରଥମ ସିରିଜରେ ୯୮ ସ୍କୋର କରିବା ପରେ ପରବର୍ତ୍ତୀ ସିରିଜ୍ ଗୁଡ଼ିକରେ ଯଥାକ୍ରମେ ୯୫, ୮୪ ଓ ୯୫ ସ୍କୋର କରିଥିଲେ, ଯାହାଦ୍ୱାରା ସେ ଟପ୍-୧୦ରୁ ବାହର ହୋଇଯାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁଥ୍ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମନୁ ପଞ୍ଚମ ସିରିଜରେ ୯୮ ସ୍କୋର କରି ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଶେଷ ସିରିଜର ଆରମ୍ଭରୁ ସେ ଦୁଇଥର ୧୦ ସ୍କୋର ପରେ ୮ ଏବଂ ତିନିଥର ୯ ସ୍କୋର କରି ପଛରେ ପଛରେ ପଡ଼ିଯାଇଥିଲେ।

ଏଥିସହ ମନୁ ଓଭରଅଲ୍ ୫୭୫ ସ୍କୋର ସହ ଦ୍ୱାଦଶ ସ୍ଥାନରେ ରହିଥିଲେ। ଫ୍ରାନ୍ସର ସେଲିନ୍ ଗୋରଭିଲ୍ଲେ ମନୁଙ୍କ ଠାରୁ ମାତ୍ର ୨ ପଏଣ୍ଟ ଆଗରେ ଟପ୍-୮ରେ ସ୍ଥାନ ହାସଲ କରିଥିଲେ। ସେହିପରି ନମ୍ବର-୧ ଶୁଟର୍ ଯଶସ୍ୱିନୀ ଜୈସୱାଲ୍ ଖରାପ ଆରମ୍ଭ ପରେ ଦ୍ୱିତୀୟ ସିରିଜରେ ୯୮ ସ୍କୋର ସହ କମବ୍ୟାକ୍ କରିଥିଲେ। କିନ୍ତୁ ଶେଷ ସିରିଜ୍ ଗୁଡ଼ିକରେ ସେ ଆଶା ମୁତାବକ ସ୍କୋର କରିପାରିନଥିଲେ। ସେ ମୋଟ ୫୭୪ (୯୪, ୯୮, ୯୪, ୯୭, ୯୬, ୯୫) ସ୍କୋର ସହ ୧୩ଶ ସ୍ଥାନରେ ରହିଥିଲେ।

ଏହି ଇଭେଣ୍ଟରେ ଶୀର୍ଷ ସ୍ଥାନରେ ରହିଛନ୍ତି ଚାଇନାର ଜିୟାଙ୍ଗ ରାଙ୍ଗସିନ୍, ଯିଏ ୫୮୭ ପଏଣ୍ଟ ସହ ଅଲିମ୍ପିକ୍ସ ରେକର୍ଡ ହାସଲ କରିଛନ୍ତି। ଗ୍ରୀସର ଆନା କୋରାକାକି ୫୮୫ ସ୍କୋର ସହ ଦ୍ୱିତୀୟ ଏବଂ ରୁଷ୍ ଅଲିମ୍ପିକ୍ କମିଟିର ଭିତାଲିନା ବାତସାରାଶକିନା ୫୮୨ ସହ ପଏଣ୍ଟ ତୃତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି।

ସେହିପରି ପୁରୁଷ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ଭାରତର ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନୱାର ନିରାଶ କରିଛନ୍ତି। ଦୀପକ ଓ ଦିବ୍ୟାଂଶ ଯଥାକ୍ରମେ ୨୬ତମ ଓ ୩୨ତମ ସ୍ଥାନ ହାସଲ କରି ଫାଇନାଲକୁ କ୍ୱାଲିଫାଏ କରିପାରିନାହାନ୍ତି। ୬ ସିରିଜ୍ ବିଶିଷ୍ଟ ଏହି ଇଭେଣ୍ଟରେ ଦୀପକ ୬୨୪.୭ ସ୍କୋର ଏବଂ ଦିବ୍ୟାଂଶ ୬୨୨.୮ ସ୍କୋର କରିଥିଲେ।

The post ନିର୍ଣ୍ଣାୟକ ସମୟରେ ଧୋକା ଦେଲା ପିସ୍ତଲ, ଭାଙ୍ଗିଗଲା ସ୍ୱପ୍ନ appeared first on Odisha Reporter.



from Odisha Reporter https://ift.tt/373f3SB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages