ପଦକ ଦିଗରେ ସତୀଶ, କ୍ୱାର୍ଟରରେ ପହଞ୍ଚିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

ପଦକ ଦିଗରେ ସତୀଶ, କ୍ୱାର୍ଟରରେ ପହଞ୍ଚିଲେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂରେ ପଦକ ଆଶା ଦେଇଛନ୍ତି ୩୨ ବର୍ଷୀୟ ସତୀଶ କୁମାର। ବକ୍ସଂ ସୁପର ହେଭି (+୯୧ କେଜି) ବର୍ଗରେ ସେ ଆଜି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ପଦକ ଠାରୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି।

ରାଉଣ୍ଡ ୧୬ର ଏକ ମ୍ୟାଚ୍‌ରେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସତୀଶ।

୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ପାଇଁ ସତୀଶ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ସେ ଅଳ୍ପକେ ରିଓ ଅଲିମ୍ପିକ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏସିଆନ୍ ଅଲିମ୍ପିକ୍ସ କ୍ୱାଲିଫାୟରର୍ସରେ ବ୍ରୋଞ୍ଜ ପଦକ ଜିତି ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଥିଲେ।

ସୂଚନାଯୋଗ୍ୟ, ଆଜି ଆଉ ଦୁଇଟି ଖୁସି ଖବର ମଧ୍ୟ ମିଳିଛି। ଭାରତୀୟ ପୁରୁଷ ହକି ଟିମ୍ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଦଳ ରିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ ଗୋଲ୍‌ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛି। ସେହିପରି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବ୍ୟକ୍ତିଗତ ବର୍ଗରେ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ତୀରନ୍ଦାଜରେ ଅତନୁ ଦାସ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।

The post ପଦକ ଦିଗରେ ସତୀଶ, କ୍ୱାର୍ଟରରେ ପହଞ୍ଚିଲେ appeared first on Odisha Reporter.



from Odisha Reporter https://ift.tt/3f3VWw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages