ଅନୁଗୋଳ(ବିରଜା ପ୍ରସାଦ ଦାସ): ଡ୍ରେନ ସଫାକୁ ନେଇ ଦେଖାଦେଲା ଉତ୍ତେଜନା। ଗାଁ ଦାଣ୍ଡରେ ବୁଲିଲା ଟାଙ୍ଗିଆ। ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ବେହେରା ସାହିରେ ।
ସୂଚନାଯୋଗ୍ୟ, ମ୍ୟାଲେରିଆ ଓ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରେନ ସଫା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା । ବୁଧବାର ଗ୍ରାମର ଥିବା ମହିଳା ସଂଘ ପକ୍ଷରୁ ଡ୍ରେନ ସଫେଇ କାମ ଆରମ୍ଭ କରାଯାଇଥିଲା ।
ଗ୍ରାମର ସ୍ୱରୁପ ସାହୁ ନାମକ ଜଣେ ଯୁବକଙ୍କ ଘର ସମ୍ମୁଖରେ ସଫେଇ କାମ ଚାଲୁଥିବା ବେଳେ ସେ ମହିଳା ମାନଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରିଥିଲା। ଏହାପରେ ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ମଝିରେ ଟାଙ୍ଗିଆ ବୁଲାଇ ଥିଲା । ଯାହା ଫଳରେ ମହିଳାମାନେ ଭୟଭୀତ ହୋଇ ଡ୍ରେନ ସଫେଇ କାର୍ଯ୍ୟକୁ ବନ୍ଦ କରିବା ସହିତ ରାତିରେ ଗ୍ରାମରେ ସଭା କରିଥିଲେ ।
ରାତିରେ ଏହି ସଭା ଚାଲିଥିବା ବେଳେ ମଧ୍ୟ ପୁଣି ଟାଙ୍ଗିଆ ଆଣି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସଭା ମଧ୍ୟରେ ଟାଙ୍ଗିଆ ବୁଲାଇଥିଲେ ସ୍ୱରୂପ । ଏଥିରେ ଭୟଭିତ ହେବା ସହିତ ୫୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ସ୍ୱରୂପଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି
ଏନେଇ ଅଭିଯୋଗକାରିଣୀ ମମତା ରାଉଳ କହିଛନ୍ତି, ସାହିରେ ଥିବା ଡ୍ରେନ ସଫା କରିବାକୁ ବ୍ଲକରୁ ଅର୍ଡର ଆସିଲା। ହେଲେ ଡ୍ରେନ ସଫା କରିବା ସମୟରେ ସ୍ୱରୁପ ସାହୁ ନିଜ ସ୍ତ୍ରୀ ସହ ଆସି ଟାଙ୍ଗିଆ ବୁଲାଇଲା। ଏହାପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା। ଏହା ଅସହ୍ୟ ହେବାରୁ ଆମେ ଥାନାର ଦ୍ୱାରସ୍ଥ ହୋଇଛୁ।
The post ଡ୍ରେନ ସଫାରୁ ତୁମୁଳ କାଣ୍ଡ, ଗାଁରେ ବୁଲିଲା ଟାଙ୍ଗିଆ appeared first on Odisha Reporter.
from Odisha Reporter https://ift.tt/2VmDVlO
No comments:
Post a Comment