ଜଳ ଜୀବନ ମିଶନ: ଓଡ଼ିଶାକୁ ଚାରିଗୁଣା ଆର୍ଥିକ ଅନୁଦାନ ଦେଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ଜଳ ଜୀବନ ମିଶନ: ଓଡ଼ିଶାକୁ ଚାରିଗୁଣା ଆର୍ଥିକ ଅନୁଦାନ ଦେଲା କେନ୍ଦ୍ର

ଭୁବନେଶ୍ଵର: କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ବଚ୍ଛ ଜଳ ଯୋଗାଣ ଜରିଆରେ, ବିଶେଷ କରି ମହିଳା ଓ ଶିଶୁଙ୍କ ଜୀବନରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ ଆରମ୍ଭ ହୋଇଛି।

୨୦୧୯ରେ ଆରମ୍ଭ ହୋଇଥିଲା ଏହି ଜଳ ଜୀବନ ମିଶନ। ସେତେବେଳେ ଦେଶରେ ଥିବା ମୋଟ୍ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୧୭% ଅର୍ଥାତ୍ ୩.୨୩ କୋଟି ପରିବାର ନିକଟରେ ଟ୍ୟାପ ଜଳ ଯୋଗାଣ ସୁବିଧା ରହିଥିଲା। ଗତ ୨୨ ମାସ ମଧ୍ୟରେ, କୋଭିଡ-୧୯ ମହାମାରୀର ପ୍ରକୋପଜନିତ ଲକଡାଉନ ଓ ବାଧା ସତ୍ତ୍ବେ ଜଳଜୀବନ ମିଶନକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇ ୪.୫ କୋଟି ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ମୋଟ ଜଳଯୋଗାଣ ପ୍ରସାର ୨୩.୫%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସାରା ଦେଶରେ ୭.୬୯ କୋଟି ପରିବାର ଅର୍ଥାତ୍ ୪୦.୬% ଗ୍ରାମୀଣ ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଛି।

ଗୋଆ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଏବଂ ପୁଡୁଚେରୀ ଶତପ୍ରତିଶତ ସୁନିଶ୍ଚିତ ଟ୍ୟାପ ଜଳ ଯୋଗାଣ ଲକ୍ଷ୍ୟ ହାସଲ କରିପାରିଛନ୍ତି ଏବଂ ‘ପ୍ରକି ଘରେ ଜଳ’ ଅଞ୍ଚଳ ହୋଇପାରିଛନ୍ତି।  ବର୍ତ୍ତମାନ ୬୯ଟି ଜିଲ୍ଲାର ୯୯ ହଜାରରୁ ଊର୍ଦ୍ଧ୍ବ ଗ୍ରାମରେ ସବୁ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି।

ଓଡ଼ିଶାର ସ୍ଥିତିକୁ ଦେଖିଲେ, ଅଗଷ୍ଟ ୧୫, ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ, ରାଜ୍ୟର ମାତ୍ର ୩.୧୦ ଲକ୍ଷ (୩.୬୩%) ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା। ସେବେଠାରୁ ବର୍ତ୍ତମାନସୁଦ୍ଧା ୨୨.୮୪ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ପରିବାର (୩୦.୩%) ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ରହିଛି।

୨୦୨୧-୨୨ରେ, ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ସମୟରେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଚିଠି ଲେଖି ଦର୍ଶାଇଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ। ୨୦୨୧-୨୨ ଆର୍ଥିକ ବର୍ଷରେ ବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶାର ପଦକ୍ଷେପରେ ସହାୟତା କରିବା ଲାଗି କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି ଏବଂ ରାଜ୍ୟର ଭାଗ ୩,୨୫୩ କୋଟି ଟଙ୍କାକୁ ମିଶାଇଲେ ୨୦୨୧-୨୨ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର୍ଯ୍ୟ ନିମନ୍ତେ ୬,୫୯୬ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି। ତେଣୁ ପାଣ୍ଠି ଉପଲବ୍ଧତାରେ କୌଣସି ଅଭାବ ନାହିଁ।

The post ଜଳ ଜୀବନ ମିଶନ: ଓଡ଼ିଶାକୁ ଚାରିଗୁଣା ଆର୍ଥିକ ଅନୁଦାନ ଦେଲା କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3ARKH2W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages