ଟିକା ନେବା ପରେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଟିକା ନେବା ପରେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍

ଲଣ୍ଡନ: ବ୍ରିଟେନରେ ଏବେ କରୋନା ସଂକ୍ରମଣ ୬ ମାସ ପରେ ହୁ ହୁ ହୋଇ ବଢ଼ୁଛି। ଜାନୁଆରୀ ପରେ ଜୁଲାଇରେ ଦୈନିକ ସଂକ୍ରମିତ ୫୦ ହଜାର ଟପିଛି। ଏହାରି ଭିତରେ ସଂକ୍ରମିତ ହୋଇଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସଜିଦ ଜାଭିଦ୍। ଶନିବାର ସେ ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଛି। ହେଲେ ତାଙ୍କ ପାଖରେ କୌଣସି ପ୍ରକାରର ଲକ୍ଷଣ ନଥିବା ସେ କହିଛନ୍ତି। କରୋନାର ଦୁଇଟି ଯାକ ଡୋଜ ନେଇଥିବାରୁ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି।

ଟ୍ୱିଟ୍ କରି ଜାଭିଦ କହିଛନ୍ତି, ‘ମୁଁ ଆଜି ସକାଳେ କରୋନା ଟେଷ୍ଟ କରାଇଥିଲା। ପିସିଆର ଟେଷ୍ଟ କରାଇବା ପରେ ସଂକ୍ରମିତ ହୋଇଥିବା ନେଇ ଜାଣିବାକୁ ପାଇଛି। ହେଲେ ମୋ ପାଖରେ କୌଣସି ଲକ୍ଷଣ ନାହିଁ। କରୋନାର ଦୁଇଟି ଯାକ ଟିକା ନେଇସାରିଛି। ହେଲେ ନିୟମ ଅନୁଯାୟୀ ଏବେ ମୁଁ ସଙ୍ଗୋରଧରେ ରହିବି। ଏଥିସହ ଘରେ ରହି ସମସ୍ତ କାମ କରିବି’। ଜାଭିଦ ମାର୍ଚ୍ଚ ୧୭ରେ ଅକ୍ସଫୋର୍ଡ ଓ ଆଷ୍ଚ୍ରାଜେନିକା ଟିକା ନେଇଥିବା ବେଳେ ଦ୍ୱିତୀୟ ଟିକା ମେ’ ୧୬ରେ ନେଇଥିଲେ ବୋଲି ଜଣାପଡ଼ିଛି।

ଟିକା ନେବା ପରେ ବି ଜଣେ ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ। ହେଲେ ଦୁଇଟି ଯାକ ଟିକା ନେଇଥିଲେ ଗୁରୁତର ହେବାର ସମ୍ଭାବନା କମିଯାଏ। ପବ୍ଲିକ ହେଲଥ ଇଂଲଣ୍ଡ କହିଛି ଆଷ୍ଟ୍ରାଜେନିକା ଟିକା ୬୦ ପ୍ରତିଶତ ସୁରକ୍ଷା ଦିଏ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ। ୯୨ ପ୍ରତିଶତ ହସ୍ପିଟାଲ ଯିବାକୁ ପଡ଼ିବନି।

ଜାଭିଦ ବୋରିଶ ଜନସନ ସରକାରରେ ଜଣେ ପ୍ରମୁଖ ମନ୍ତ୍ରୀ। ଦେଶରେ ଯଦିଓ କରୋନା ସଂକ୍ରମଣ ବଢୁଛି ହେଲେ ସୋମବାର ପାଖରୁ କରୋନା ଜନିତ ସମସ୍ତ ନିୟମକୁ ହଟାଇବା ପାଇଁ ବୋରିଶ ନିଷ୍ପତ୍ତି ନେଇଛନ୍ତି। ଜାଭିଦ ମଧ୍ୟ ବୋରିଶଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଣଛନ୍ତି। ଦେଶରେ ଏବି କରୋନା ସଂକ୍ରମଣ ଯଦିଓ ବଢ଼ିଛି ହେଲେ ଗୁରୁତର ଏବଂ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଛି। ବୋରିଶ ଏବଂ ଜାଭିଦ କହିଛନ୍ତି ଟିକା ପାଇଁ ଗୁରୁତର ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। କୋଭିଡ ମୃତ୍ୟୁ ସଂଖ୍ୟାରେ ବ୍ରିଟେନ ଏବେ ସପ୍ତମ ସ୍ଥାନରେ ରହିଛି। ହେଲେ ଦେଶରେ ଏବେ ମୋଟ ପ୍ରାପ୍ତ ବୟସ୍କଙ୍କ ମଧ୍ୟରୁ ବଡ ଅଂଶ ଟିକା ନେଇ ସାରିଛନ୍ତି।

ତେବେ ବୈଜ୍ଞାନିକ ମାନେ କହିଛନ୍ତି ବ୍ରିଟେନରେ କରୋନା ସଂକ୍ରମଣ ବଢ଼ିବା ପଛର କାରଣ ଅନଲକ ପ୍ରକ୍ରିୟା। ସମସ୍ତ ନିୟମ କୋହଳ ହୋଇଥିବାରୁ ଏବେ ସଂକ୍ରମଣ ବଢ଼ୁଛି। ନିକଟରେ ବ୍ରିଟେନରେ ୟୁରୋ କପ୍ ମ୍ୟାଚ ହୋଇଥିଲା। ଯେଉଁଠି କରୋନାର ସମସ୍ତ ନିୟମର ଧଜିଆ ଉଡିଥିଲା।

The post ଟିକା ନେବା ପରେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/3y0JUe8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages