ପୁଲିସର ଆଶା ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ପୁଲିସର ଆଶା ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ

ପାରଳାଖେମୁଣ୍ଡି /ସୋର(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଅଧତ୍କ ତଦନ୍ତ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସ ଟିମ୍ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା ଅଭିମୁଖେ ଯାଇଛନ୍ତି । ଏହି ଟିମ୍ ପ୍ରଥମେ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ପଚରାଉଚରା କରିବ । ପରେ ବିଦ୍ୟାଭରତୀଙ୍କ ନିକଟରେ ପହଂଚି ତାଙ୍କୁ ପଚରା ଉଚରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଦ୍ୟାଭାରତୀଙ୍କୁ ପଚରା ଉଚରା ସମୟରେ ସବୁ ସତ ବାହାରିବ ବୋଲି ପୁଲିସ ଆଶା ରଖିଛି । ସେପଟେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ବିଳମ୍ବିତ ସଂଧ୍ୟାରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନିକଟକୁ ଯାଇ ସ୍ଥିତି ପରଖିଥିଲେ। ଏହି ସମୟରେ ପୁଲିସ ଡେମୋ ମଧ୍ୟ କରିଛି । ତଦନ୍ତ ଖୁବ୍ ଜୋରଦାର କରାଯାଇଛି ଏବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ଏସପି କହିଛନ୍ତି।  ସେପଟେ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବାଲେଶ୍ୱର ଜନହିତ ଯୁବକ ସଂଘ । ଏ ନେଇ ସଂଘ ପକ୍ଷରୁ ଏସପିଙ୍କୁ ଇ ମେଲ୍ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।

ତେବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ଆବାସରୁ ଶୁକ୍ରବାର ହାତ ଏକ ଲେଟର ପେଡ୍‌ ମିଳିଥିଲା। ଯେଉଁଥିରେ ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କ୍ୟାରେକ୍ଟର ଲେସ୍‌ ନୁହେଁ, ତୁମେ କ୍ୟାରେକ୍ଟର ଲେସ୍‌ ଲେଖାଯାଇଥିଲା।  ତେବେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, ତାହାହେଲେ ସେ ଏପରି କାହିଁକି ଲେଖିଥିଲେ?

ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ଯାଞ୍ଚ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଛି ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଖୋଲିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

The post ପୁଲିସର ଆଶା ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ appeared first on Odisha Reporter.



from Odisha Reporter https://ift.tt/2ToxI8g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages