ଶିବସେନା ଆମର କେବେ ଶତ୍ରୁ ନଥିଲା: ଦେବେନ୍ଦ୍ର ଫଡନାଭିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଶିବସେନା ଆମର କେବେ ଶତ୍ରୁ ନଥିଲା: ଦେବେନ୍ଦ୍ର ଫଡନାଭିସ

ମୁମ୍ୱାଇ: ମହାରାଷ୍ଟ୍ରରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ସବୁବେଳେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରୁଥିବାର ନଜିର ରହିଛି। ହେଲେ ଏବେ ଗଣମାଧ୍ୟମ ପ୍ରତିନିଧି ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶ୍ନ କରିଥିଲେ ସରକାର ଗଢ଼ିବା ପାଇଁ ବିଜେପି ଶିବସେନା ସହିତ ହାତ ମିଳାଇବ କି? ଜବାବରେ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଶିବସେନା ଆମର କେବେ ଶତ୍ରୁନଥିଲା। ସ୍ଥିତି ଦେଖି ପୁଣି ଏକାଠି ହେବେ କି ନାହିଁ ବିଚାର କରାଯିବ ବୋଲି ସେ କହିଛନ୍ତି। ଫଡନାଭିସଙ୍କ ଏଭଳି ମନ୍ତବ୍ୟ ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ ଆଣିଛି।

ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଆମେ ଶିବସେନାର ଶତ୍ରୁ ନୁହଁ। ନିର୍ବାଚନ ବେଳେ ଆମ ସାଙ୍ଗରେ ମିଶି ଶିବସେନା ନିର୍ବାଚନ ଲଢ଼ିଲା। ହେଲେ ସରକାର ଗଢ଼ିବା ପାଇଁ ନିର୍ବାଚନ ବେଳର ବିରୋଧୀ ଦଳ ସହ ମିଶି ଶିବସେନା ସରକାର ଗଢ଼ିଲା। ରାଜନୀତିରେ ଶତ୍ରୁ-ମିତ୍ର କିଛି ନାହିଁ। ସବୁବେଳେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଏ।

ସୂଚନାଯୋଗ୍ୟ, ନିକଟରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଅମିତ ଶାହଙ୍କୁ ପ୍ରଶଂସା କରିବା ପରେ ପରେ ମହାରାଷ୍ଟ୍ର ରାଜନୀତିରେ କଡ ଲେଉଟାଇପାରେ ବୋଲି ସମ୍ଭାବନା ରହିଛି। ୨୬ ନଭେମ୍ୱର ୨୦୨୨ରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ହେଲେ ଏହା ପୂର୍ବରୁ ମେଣ୍ଟରେ ସାମିଲ ଥିବା ଶିବସେନା-କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୀତିକ ବାକଯୁଦ୍ଧ ସରକାରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି।

ଉଦ୍ଧବ ମୋଦିଙ୍କୁ ଭେଟିବା ବେଳେ କଣ ଆଲୋଚନା ହୋଇଛି ସ୍ପଷ୍ଟ ସୂଚନା ମିଳିନି। ହେଲେ ଭେଟଘାଟ ପରେ ଉଦ୍ଧବ କହିଥିଲେ ମୁଁ ମୋର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଛି। କୌଣସି ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିନଥିଲି। ସେ ମରାଠା ସଂରକ୍ଷଣ ବାବଦରେ ମୋଦିଙ୍କ ସହ କଥା ହୋଇଥିଲେ ବୋଲି କହିଥିଲେ। ହେଲେ ଏହାପରେ ପରେ ଶିବସେନାର ହାବଭାବ ବିଜେପି ବିରୋଧରେ ନରମ ରହିଛି। ଏହାରି ଭିତରେ କିନ୍ତୁ ଶିବସେନା ପୁଣି ବିଜେପି ମୁହଁ ହେଉଥିବା ଖବର ଚର୍ଚ୍ଚାରେ ରହିଥିବା ବେଳେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ଉଦ୍ଧବଙ୍କୁ ଭେଟିଥିଲେ। ତେବେ ଏହି ସମୟରେ ଏନସିପିର ବରିଷ୍ଠ ନେତା ତଥା ସରକାରରେ ଥିବା ମନ୍ତ୍ରୀ ଉପସ୍ଥିତ ଥିଲେ।

ତେବେ ଶିବେସନା ସାଂସଦ ସଞ୍ଜୟ ସିଂ କହିଛନ୍ତି ମହା ବିକାଶ ଅଘାଡି ସରକାରକୁ ନେଇ ଯେତେ ଚର୍ଚ୍ଚା ହେବ ମେଣ୍ଟ ସରକାର ସେତେ ମଜବୁତ ହେବ।

The post ଶିବସେନା ଆମର କେବେ ଶତ୍ରୁ ନଥିଲା: ଦେବେନ୍ଦ୍ର ଫଡନାଭିସ appeared first on Odisha Reporter.



from Odisha Reporter https://ift.tt/2V9zOcA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages