କଂଗ୍ରେସର ‘ଶତ୍ରୁ’ ହେବେ ଶତ୍ରୁଘ୍ନ ସିହ୍ନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

କଂଗ୍ରେସର ‘ଶତ୍ରୁ’ ହେବେ ଶତ୍ରୁଘ୍ନ ସିହ୍ନା !

କୋଲକାତା: ୨୦୧୯ ସାଧାରଣ  ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା। ଏବେ କିନ୍ତୁ ଆଉ ହାତ ପାର୍ଟିରେ ମନ ଲାଗୁନି ଏହି ନେତାଙ୍କର। ତେଣୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ସହିତ ‘ବିହାରୀ ବାବୁ’ ଯୋଗାଯୋଗରେ ଥିବା ଜଣାପଡ଼ିଛି। ତେଣୁ ଖୁବଶୀଘ୍ର ସେ କଂଗ୍ରେସକୁ ବାଏ ବାଏ କରିବେ ବୋଲି ଜଣାପଡ଼ିଛି। ତେବେ ଶତ୍ରୁଘ୍ନ ଟିଏମସିକୁ ଯିବା ପାଇଁ ଯେତିକି ରୁଚି ରଖି ନାହାନ୍ତି ଦିଦି କିନ୍ତୁ ଶତ୍ରୁଘ୍ନଙ୍କୁ ଦଳରେ ସାମିଲ କରିବାକୁ ଅଧିକ ରୁଚି ରଖିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କୁ ରାଜ୍ୟସଭାକୁ ପଠାଇବେ କହି ଦିଦି ଏହି ନେତାଙ୍କୁ କଂଗ୍ରେସରୁ ଆମଦାନୀ କରିବାକୁ ଯୋଜନା କରିଥିବା ସୂଚନା ରହିଛି। ହେଲେ ଶତ୍ରୁଘ୍ନ ଏକ ଟ୍ୱିଟ୍ କରିଛନ୍ତି ହିନ୍ଦୀରେ ଯାହାର ଅର୍ଥ ସେ ବିଜେପିକୁ ଫେରିବେ ବୋଲି ମଧ୍ୟ କୁହାଯାଉଛି।

ଶତ୍ରୁଘ୍ନ ସିହ୍ନା ବିଜେପିରେ ଥିଲେ। ହେଲେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରେ ସାମିଲ ହୋଇଥିଲେ। ହେଲେ ସାଧାରଣ ନିର୍ବାଚନରେ ବିଜେପିର ରବିଶଙ୍କର ପ୍ରସାଦ ବଲିଉଡର ୭୦ ଦଶକର ଏହି ହୀରୋଙ୍କୁ ରାଜନୀତିକ ପିଚରେ ପରାସ୍ତ କରିଥିଲେ। ଏବେ କଂଗ୍ରେସର ସ୍ଥିତି ଖରାପ ରହିଥିବା ବେଳେ ଶତ୍ରୁଘ୍ନ ମଧ୍ୟ ଅନେକ ପ୍ରସଙ୍ଗରେ ଚୁପ ରହୁଥିବା ଦେଖିବାକୁ ମିଳିଛି। ଏମିତିକି ଦଳର ନେତୃତ୍ୱ ବାବଦରେ ମଧ୍ୟ ନିରବ ରହିଛନ୍ତି। ତେଣୁ ଶତ୍ରୁଘ୍ନ ଅସନ୍ତୋଷରେ ଥିବା ଦେଖି ମମତା ଏହି ବିହାରୀ ବାବୁଙ୍କୁ ନିଜ ପାଖକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ ଏବେ ଟିଏମସିର ପ୍ରମୁଖ ବିରୋଧୀ ବିଜେପି, କଂଗ୍ରେସ ରହିଛି।

ବିଜେପି ବିରୋଧରେ ମମତା ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ତେଣୁ ଡାଏଲଗ ମାରି ନିଜର ପୂର୍ବତନ ଦଳକୁ କାଉଣ୍ଟର କରୁଥିବା ଶତ୍ରୁଘ୍ନଙ୍କୁ ମମତା ନିଜ ଦଳରେ ସାମିଲ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ତେଣୁ ମମତା ଏବେ ନିଜେ ଶତ୍ରୁଘ୍ନଙ୍କ ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଜୁଲାଇ ୨୧ ଶହୀଦ ଦିବସ ଅବସରରେ ଶତ୍ରୁଘ୍ନ ଟିଏମସିରେ ସାମିଲ୍ ହେବେ ବୋଲି ସୂଚନା ରହିଛି। ପୂର୍ବରୁ ବିଜେପି ନେତା ମୁକୁଲ ରୟଙ୍କୁ ମଧ୍ୟ ନିଜ ଦଳରେ ସାମିଲ୍ କରିବାରେ ସଫଳ ହୋଇଥିବା ମମତା ଏବେ ପଶ୍ଚିମବଙ୍ଗ ବିଜେପିର ଅନେକ ନେତାଙ୍କୁ ଆମଦାନୀ କରିବାକୁ ଯୋଜନା କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିବା ୟଶଓ୍ୱନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଘୋର ବିରୋଧୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସେ ଟିଏମସିରେ ସାମିଲ୍ ହୋଇଥିଲେ।

The post କଂଗ୍ରେସର ‘ଶତ୍ରୁ’ ହେବେ ଶତ୍ରୁଘ୍ନ ସିହ୍ନା ! appeared first on Odisha Reporter.



from Odisha Reporter https://ift.tt/3yPgpfI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages