ମୁମ୍ବାଇ: ‘ନାମକରଣ’, ‘କ୍ରାଇମ ପେଟ୍ରୋଲ’ ପରି ସିରିଏଲ୍ରେ ଦମଦାର ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରି ପାରିଥିବା ଅଭିନେତ୍ରୀ ଅନନ୍ୟା ସୋନୀଙ୍କ ଅବସ୍ଥା ଏବେ ଗୁରୁତର ଅଛି। କିଡନି ରୋଗରେ ପୀଡ଼ିତ ଅନନ୍ୟା ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ଏପରିକି ନିଜ ଚିକିତ୍ସା କରାଇବାକୁ ତାଙ୍କ ପାଖରେ ଅର୍ଥର ଘୋର ଅଭାବ ଦେଖାଦେଇଛି। ଏନେଇ ନିଜେ ସୋଶାଲ ମିଡିଆରେ ଜଣାଇଛନ୍ତି ଅନନ୍ୟା।
କିଡ଼ନୀଜନିତ ସମସ୍ୟା ହେତୁ ଅନନ୍ୟାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ସୋଶାଲ ମିଡିଆରେ ଏକ ଭିଡିଓ ଛାଡ଼ି ସେ ନିଜ ଖରାପ ଦିନ ସମ୍ପର୍କରେ ଫ୍ୟାନ୍ସଙ୍କୁ ଅବଗତ କରାଇଛନ୍ତି। ତାଙ୍କ କିଡ଼ନୀ ବହୁତ ଖରାପ ହୋଇଯାଇଥିବା ବେଳେ ଟ୍ରିଟମେଣ୍ଟ ପାଇଁ ୪ରୁ ୫ ଲକ୍ଷ ଦରକାର ବୋଲି କହିଛନ୍ତି ଅନନ୍ୟା।
ଏଥିସହ ଅନନ୍ୟା କହିଛନ୍ତି, ୨୦୧୫ରୁ ମୁଁ ଗୋଟିଏ କିଡନୀରେ ବଞ୍ଚିଛି। ୬ ବର୍ଷ ପୂର୍ବେ ମୋର ୨ଟି କିଡ଼ନୀ ଖରାପ ହୋଇଯାଇଥିଲା। ଏହାପରେ ମୋ ବାପା ମୋତେ ଏକ କିଡ଼ନୀ ଦେଇଥିଲେ। ହେଲେ ଅଚାନକ ସେହି କିଡନୀ ମଧ୍ୟ ଖରାପ ହୋଇଗଲା। ତେଣୁ ଏବେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବା ଆବଶ୍ୟକ ହୋଇପଡ଼ିଲାଣି। ଡାଏଲସିସ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବା ବେଳେ ଜଣେ ଡୋନରର ସନ୍ଧାନ ଚାଲିଥିବା କହିଛନ୍ତି ଅନନ୍ୟା। ଏ
ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି ଅନନ୍ୟା। ନାମକରଣ, କ୍ରାଇମ ପେଟ୍ରୋଲ ଆଦି ସିରିଏଲର ଶୁଟିଂ ସମୟରେ ଦିନେ ଏପରି ସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି ଭାବି ନ ଥିଲି ବୋଲି କହିଛନ୍ତି ଏହି ଅଭିନେତ୍ରୀ।
The post ଅନନ୍ୟାଙ୍କ କିଡନୀ ଫେଲ୍, ଆର୍ଥିକ ସ୍ଥିତି ବି ଭଲ ନାହିଁ appeared first on Odisha Reporter.
from Odisha Reporter https://ift.tt/2VzpuuD
No comments:
Post a Comment