ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ

ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ରଥଟଣା।  ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ରଥ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।  ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି । କର୍ଡନ ଭିତରେ କୋଭିଡ୍‌ କଟକଣାରେ ଗଡ଼ୁଛି ରଥ ।

ନବଦିନାତ୍ମକ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ୁଥିବା ମହାପ୍ରଭୁ ବାଟରେ ମାଉସୀ ମା ଘରେ ଖାଇବେ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ତିନି ଠାକୁର ଓ ସୁଦର୍ଶନ ଧାଡି ପହଣ୍ଡିରେ ଆସିଥିଲେ ରଥ ଉପରକୁ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଆସିଥିଲେ ପ୍ରଭୁ ଜଗତର ନାଥ। ହଲି ହଲି ଝୁଲି ଝୁଲି ଆସି ବିରାଜିତ ହୋଇଥିଲେ ନନ୍ଦିଘୋଷରେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତିକାନ୍ତି। ଏହାପରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଗଡ଼ିଲା ରଥା।

ଅପରାହ୍‌ଣ ୪ଟା ସୁଦ୍ଧା ରଥଟଣା ‌ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସମସ୍ତ ନୀତି ଶେଷ ହୋଇଯାଇ ରଥ ଗଡ଼ିବା ଆରମ୍ଭ ହୋଇଯାଇଛି।।

ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ  । ଏଥିଲାଗି ଗତ ସଂଧ୍ୟାରୁ ଆରମ୍ଭ ହୋଇଛି ସମସ୍ତ ରୀତିନୀତି ।

ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି ।  ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।

ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି  ।

The post ରତ୍ନ ବେଦୀକୁ ବାହୁଡ଼ୁଛନ୍ତି ମହାପ୍ରଭୁ, ଗଡ଼ିଲା ବଳଭଦ୍ରଙ୍କ ରଥ appeared first on Odisha Reporter.



from Odisha Reporter https://ift.tt/36L1Ihw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages