ଲଣ୍ଡନରେ ଶ୍ରେଷ୍ଠ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

ଲଣ୍ଡନରେ ଶ୍ରେଷ୍ଠ ସଫଳତା

ଅଲିମ୍ପିକ୍ସର ୩୦ତମ ସଂସ୍କରଣ ୟୁନାଇଟେଡ୍ କିଙ୍ଗଡମ୍‌ (ୟୁକେ)ର ଲଣ୍ଡନ୍ ସହରରେ ଆୟୋଜିତ ହୋଇଥିଲା। ଏହି ଅଲିମ୍ପିକ୍ ଜୁଲାଇ ୨୭ରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୪ଟି ଦେଶର ୧୦୭୬୮ (୫୯୯୨ ପୁରୁଷ ଓ ୪୭୭୬ ମହିଳା) ଆଥ୍‌ଲେଟ୍ ଅଂଶଗ୍ରହଣ କରିଥିଲେ। ଆଥଲେଟମାନେ ୨୬ଟି କ୍ରୀଡ଼ାର ୩୦୨ଟି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିଥିଲେ। ଏହି ମହାକୁମ୍ଭକୁ କୁଇନ୍ ଏଲିଜାବେଥ୍‌-୨ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ରେସଲିଂରେ ରୌପ୍ୟ ଜିତିଥିବା ସୁଶୀଲ୍ କୁମାର

ପୂର୍ବ ସଂସ୍କରଣ ତୁଳନାରେ ଭାରତ ଲଣ୍ଡନକୁ ସବୁଠାରୁ ବଡ଼ ଦଳ ପଠାଇଥିଲା। ଭାରତର ୮୩ (୬୦ ପୁରୁଷ ଓ ୨୩ ମହିଳା) ଜଣ ଆଥ୍‌ଲେଟ୍ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଥିଲେ। ଏହି ସଂସ୍କରଣରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ୬ଟି ପଦକ ଲାଭ କରିଥିଲା। ଭାରତ ପକ୍ଷରୁ ସୁଟ୍‌ର ବିଜୟ କୁମାର ଓ ରେସ୍‌ଲର୍ ସୁଶୀଲ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଗଗନ ନାରଙ୍ଗ, ସାଇନା ନେହ୍ୱାଲ, ଏମ୍‌ସି ମେରିକମ୍ ଓ ରେସ୍‌ଲର୍ ଯୋଗେଶ୍ୱର ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ଭାରତ ଗୋଟିଏ ବି ସ୍ୱର୍ଣ୍ଣ ପଦକ ଜିତିପାରିନଥିଲା।

ପୋଡିୟମରେ ରୌପ୍ୟ ପଦକ ସହ ଶୁଟର୍ ବିଜୟ କୁମାର (ବାମ)

ଶୁଟର୍ ବିଜୟ କୁମାର ପୁରୁଷ ସୁଟିଂ ବିଭାଗର ୨୫ ମିଟର୍ ରାପିଡ୍ ଫାୟାର୍ ପିସ୍ତଲ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ସେହିପରି ସୁଶୀଲ କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍‌ରେ ପଦକ ଜିତିବାରେ ସଫଳ ହୋଇଥିଲେ। ବେଜିଙ୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ସୁଶୀଲ ଲଣ୍ଡନ୍‌ରେ ପୁରୁଷ ୬୬ କେଜି ବର୍ଗରେ ରୌପ୍ୟ ପଦକ ଲାଭ କରିଥିଲେ।

ବ୍ରୋଞ୍ଜ ପଦକ ଜିତିଥିବା ଶୁଟର୍ ଗଗନ ନାରଙ୍ଗ

ସୁଟିଂରେ ଗଗନ ନାରଙ୍ଗ ପୁରୁଷ ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଲାଭ କରିଥିବା ବେଳେ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହ୍ୱାଲ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ, ମ୍ୟାରିକମ୍ ମହିଳା ବକ୍ସିଂ ଫ୍ଲାଇୱେଟ୍ ବର୍ଗରେ ବ୍ରୋଞ୍ଜ ଏବଂ ରେସଲର୍ ଯୋଗେଶ୍ୱର ପୁରୁଷ ଫ୍ରିଷ୍ଟାଇଲ୍ ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ନେହ୍ୱାଲ୍

ଭାରତୀୟ ପୁରୁଷ ହକି ଦଳ ଲଣ୍ଡନ୍‌ ଗେମ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ, ଗୋଟିଏ ବି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନଥିଲା। ବେଜିଂ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଶୁଟର୍ ଅଭିନବ ବିନ୍ଦ୍ରା ଓ ବ୍ରୋଞ୍ଜ ପଦକ ବିଜେତା ବକ୍ସର ବିଜେନ୍ଦର ସିଂହ ନିରାଶ କରିଥିଲେ। ବିନ୍ଦ୍ରା ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିନଥିବା ବେଳେ ବିଜେନ୍ଦର ମଧ୍ୟ ସେମିଫାଇନାଲ୍‌କୁ ଯାଇପାରି ନଥିଲେ।

ବ୍ରୋଞ୍ଜ ପଦକ ଜିତିଥିବା ବକ୍ସର ଏମ୍‌ସି ମ୍ୟାରୀ କମ୍

ଯଦି ଆମେ ଲଣ୍ଡନ ଅଲିମ୍ପିକ୍‌ରେ ଓଭରଅଲ୍ ପ୍ରଦର୍ଶନକୁ ଦେଖିବା, ତାହେଲେ ଆମେରିକା ଶ୍ରେଷ୍ଠ ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଥିଲା। ଆମେରିକା ୪୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ସହ ମୋଟ ୧୦୩ଟି ପଦକ ଜିତି ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଚୀନ୍ ୩୮ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୨୧ଟି ବ୍ରୋଞ୍ଜ ସହ ୮୮ଟି ପଦକ ଜିତି ଦ୍ୱିତୀୟ, ଆୟୋଜକ ଗ୍ରେଟ୍ ବ୍ରିଠେନ୍ ୨୯ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସହ ୬୫ଟି ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଥିଲା। ରୁଷ୍ (୭୯), ସାଉଥ୍ କୋରିଆ (୨୮), ଜର୍ମାନୀ (୪୪), ଫ୍ରାନ୍ସ (୩୪), ଅଷ୍ଟ୍ରେଲିଆ (୩୭), ଇଟାଲୀ (୨୮) ଓ ହଙ୍ଗେରୀ (୧୮) ଟପ୍‌-୧୦ରେ ସ୍ଥାନ ପାଇଥିଲେ ।

ବ୍ରୋଞ୍ଜ ପଦକ ଜିତିଥିବା ରେସଲର୍ ଯୋଗେଶ୍ୱର ଦତ୍ତ

ସେହିପରି ଅଲିମ୍ପିକ୍ସରେ ୮ଟି କ୍ରୀଡ଼ାରେ ୩୨ଟି ବିଶ୍ୱ ରେକର୍ଡ ସ୍ଥାପନ ହୋଇଥିଲା। ସୁଇମିଙ୍ଗ୍‌ରେ ସର୍ବାଧିକ ୮ଟି ରେକର୍ଡ ହୋଇଥିଲା। ସେହିପରି ଗ୍ରେଟ୍ ବ୍ରିଟେନ୍‌, ଚୀନ ଓ ଆମେରିକା ୫ଟି ଲେଖାଏଁ ରେକର୍ଡ କରିଥିଲେ। ଜାମାଇକା ସ୍ପ୍ରିଣ୍ଟର୍ ଉସେନ୍ ବୋଲ୍ଟ ପୁଣିଥରେ ୧୦୦ ମିଟର, ୨୦୦ ମିଟର୍ ଓ ୪ଗୁଣା ୧୦୦ ମିଟର୍ ରିଲେରେ ସ୍ୱର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।

The post ଲଣ୍ଡନରେ ଶ୍ରେଷ୍ଠ ସଫଳତା appeared first on Odisha Reporter.



from Odisha Reporter https://ift.tt/3zkN9O7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages