ମୁମ୍ୱାଇ: ଯେଉଁ ପୁଲିସ ବିଭାଗର ଦିନେ ବଡ଼ ପଦବୀରେ ଥାଇ ବିଭିନ୍ନ ଦୁର୍ନୀତି ଏବଂ ଅପରାଧିକ ମାମଲାର ତଦନ୍ତ କରୁଥିଲେ ଆଇପିଏସ ପରମବୀର ସିଂହ ଏବେ ସେହି ବିଭାଗ ତାଙ୍କ ବିରୋଧରେ ଦୁର୍ନୀତି ଏବଂ ଅପରାଧିକ ମାମାଲର ତଦନ୍ତ କରୁଛି। ଏବେ ପୁଣି ଏହି ବିବାଦୀୟ ଆଇପିଏସଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି ଜଣେ ବ୍ୟବସାୟୀ। ଏ ନେଇ ସେ ମୁମ୍ୱାଇ ମେରିନ ଡ୍ରାଇଭ ଥାନାରେ ପରମବୀରଙ୍କ ବିରୋଧରେ ଥାନାରେ ଏଫଆଇଆର ଦାୟର କରିଛନ୍ତି।
ମେରିନ ଡ୍ରାଇଭ ପୁଲିସ କହିଛି ଏକ ଲାଞ୍ଚ ମାମଲା ଦାୟର କରିଛନ୍ତି ଜଣେ ବ୍ୟବସାୟୀ। ମୋଟ୍ ୮ ଜଣଙ୍କ ନାମରେ ସେ ଲାଞ୍ଚ ଅଭିଯୋଗ ଆଣି ବ୍ୟବସାୟୀ ଜଣଙ୍କ ଏଫଆଇଆର ଦାଖଲ କରିଛନ୍ତି। ଯେଉଁଥିରେ ୬ ଜଣ ପୁଲିସ କର୍ମୀ ରହିଛନ୍ତି। ଦୁଇ ଜଣ ଏଯାବତ ଗିରଫ ହୋଇସାରିଛନ୍ତି।
ବ୍ୟବସାୟୀ ଜଣଙ୍କ କହିଛନ୍ତି ଏକ ମାମଲାରୁ ରଫାଦଫା କରିବା ପାଇଁ ପରମବୀର ତାଙ୍କୁ ଲାଞ୍ଚ ମାଗିଥିଲେ। ୧୫ କୋଟି ଟଙ୍କା ଲାଞ୍ଚ ମଗାଯାଇଥିଲା ବୋଲି ପୂର୍ବରୁ ବିଭିନ୍ନ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ପୁଲିସ ଏହି ମାମଲାରେ ପରମବୀରଙ୍କୁ ସ୍କାନରରେ ରଖିଛି।
ମୁମ୍ୱାଇ ପୁଲିସ କମିଶନର ପଦରୁ ବିଦା ହୋଇଥିବା ଏହି ବିବାଦୀୟ ଆଇପିଏସ ଏବେ ହୋମଗାର୍ଡ ଡିଜିରେ ନିଯୁକ୍ତ ଅଛନ୍ତି। ହେଲେ ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ ତଦନ୍ତ କରିବାକୁ ଆଣ୍ଟି କରୋପସନ ବ୍ୟୁରୋ (ଏସିବି)କୁ ନିଯୁକ୍ତ କରିଛନ୍ତି। ନିକଟରେ ପରମବୀର ମାସେ ହେବ ଛୁଟିରେ ଥିଲେ ବୋଲି ରିପବ୍ଲିକ୍ ଟିଭିର ଏକ ରିପୋର୍ଟରୁ ଜଣାପଡ଼ିଛି। ଏମିତିକି ଛୁଟିରେ ଥିବା ଏକ ମାମଲାରେ ହାଇକୋର୍ଟରେ ପକ୍ଷ ରଖିନଥିଲେ ପରମବୀର। ସେଥିପାଇଁ ୫ ହଜାର ଟଙ୍କା ଜୋରିମାନା ଲାଗୁ ହୋଇଥିଲା ତାଙ୍କ ବିରୋଧରେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ନିଜକୁ ବେଶ୍ ସଚ୍ଚୋଟ ଅଫିସର ବୋଲି ପ୍ରମାଣ କରିବାକୁ ଚାହୁଁଥିବା ମୁମ୍ୱାଇର ଏହି ବିବାଦୀୟ ଆଇପିଏସ ପରମବୀର ସିଂହ ଏବେ ଅଡୁଆରେ। କାରଣ ଦୁଇ ଜଣ ବ୍ୟବସାୟୀ ତାଙ୍କ ବିରୋଧରେ ଦଲାଲି ଅଭିଯୋଗ ଆଣିଛନ୍ତି। ଆଉ ସିଆଇଡି ଦୁଇ ବ୍ୟବସାୟୀଙ୍କ ବୟାନ ରେକର୍ଡ କରିବା ସହିତ ପରମବୀରଙ୍କ ସମସ୍ତ ଦଲାଲିର ଦସ୍ତାବିଜ ହାତେଇବାରେ ସଫଳ ହୋଇଛି।
The post ଲାଞ୍ଚ ଅଭିଯୋଗ, ପରମବୀର ସିଂହଙ୍କ ବିରୋଧରେ ଏଫଆଇଆର appeared first on Odisha Reporter.
from Odisha Reporter https://ift.tt/3rr8J0s
No comments:
Post a Comment