ହେ ପ୍ରଭୁ, କିଛି ବି କରି ଡିଭୋର୍ସ କରାଇ ଦିଅ-ସୌମ୍ୟ ଡେଥ ମିଷ୍ଟ୍ରିର ଭାଇରାଲ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ହେ ପ୍ରଭୁ, କିଛି ବି କରି ଡିଭୋର୍ସ କରାଇ ଦିଅ-ସୌମ୍ୟ ଡେଥ ମିଷ୍ଟ୍ରିର ଭାଇରାଲ ଚିଠି

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ ।  ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି।”

ଦୀର୍ଘ ୬ ମାସର ବିବାହରେ ସ୍ୱାମୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ଖୁବ୍‌ ଭଲ ସମ୍ପର୍କ ଥିବା ବିଦ୍ୟାଭାରତୀ କହୁଥିବା ବେଳେ ଗୋଟିଏ ପରେ ଗୋଟିଏ ଚିଠି କହୁଛି ସୌମ୍ୟଙ୍କ ପ୍ରତି ତାଙ୍କ ମନରେ ଭରି ରହିଥିବା ଘୃଣା।  ଏପରିକି ୬ ମାସର ବୈବାହିକ ସମ୍ପର୍କରେ କ’ଣ ଏମିତି ଘଟିଲା ଯେ, ଡିଭୋର୍ସ ପାଇଁ ଠାକୁରଙ୍କ ପାଖରେ କାକୁତିମିନତି ହେଲେ ବିଦ୍ୟା, ସେ ନେଇ ମିଳିଛି ଏକ ଚିଠି।

ଗତକାଲି ଏକ ହଳଦିଆ ଚିଠିକୁ ନେଇ ଗଣମାଧ୍ୟମରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ବି ସମାନ ରଙ୍ଗର ଆଉ ଏକ ଚିଠି ମିଳିଛି। ଗତକାଲି ମିଳିଥିବା ଚିଠି ବିଦ୍ୟା ଲେଖିଥିବା ସ୍ୱୀକାର କରିଥିବା ବେଳେ ଆଜି ମିଳିଥିବା ଚିଠି ଭାଇରାଲ ହେଉଥିବା ବେଳେ ତାହା କେଉଁଠୁ ଆସିଲା ଓ କିଏ ଲେଖିଛି ତାହା ସ୍ୱଷ୍ଟ ହୋଇନାହିଁ।

ଗତକାଲି କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଚିଠିରେ ଲେଖା ଯାଇଥିଲା, “ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା  । ”

ଓଡ଼ିଆ ଓ ଇଂଲିସ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିସାରିଛନ୍ତି। ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରିଛନ୍ତି ବୋଲି  ବିଦ୍ୟାଭାରତୀ କହିଛନ୍ତି। ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ  ମନର ଦୁଃଖକୁ ଲେଖେ। ସେଇଟା କାହା ଉଦ୍ଦେଶ୍ୟରେ ନଥିଲା। କାହା ପାଇଁ ମଧ୍ୟ ନଥିଲା। କେବେ  କାହାକୁ ଆକ୍ଷେପ କରି କି  କାହା ଉଦ୍ଦେଶ୍ୟରେ ଲେଖି ନାହିଁ।

ହେଲେ ବିବାହର ମାତ୍ର ୬ ମାସ ପରେ ସ୍ୱାମୀ ପାଇଁ କିପରି ଜଣେ ସ୍ତ୍ରୀ ମନରେ ଏତେ ଘୃଣା ଭରିଗଲା, କ’ଣ ପାଇଁ ସେ ତାଙ୍କଠୁ ଅଲଗା ହେବାକୁ ଚାହୁଁଥିଲେ, ଏପରିକି ଏଥିପାଇଁ ଭଗବାନଙ୍କୁ କାକୁତିମିନତି ବି ହେଉଥିଲେ, ସେ ଅଡ଼ୁଆ ଖିଅକୁ ଧରିବାକୁ ପୁଲିସ୍‌ ଚଳାଇଛି ତଦନ୍ତ।

The post ହେ ପ୍ରଭୁ, କିଛି ବି କରି ଡିଭୋର୍ସ କରାଇ ଦିଅ-ସୌମ୍ୟ ଡେଥ ମିଷ୍ଟ୍ରିର ଭାଇରାଲ ଚିଠି appeared first on Odisha Reporter.



from Odisha Reporter https://ift.tt/36QwSnR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages