ଫାୟାରିଂ ରେଞ୍ଜର ନାଁ ବିଦ୍ୟା ବାଲନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ଫାୟାରିଂ ରେଞ୍ଜର ନାଁ ବିଦ୍ୟା ବାଲନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍। ସେ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବି-ଟାଉନରେ ବି ବିଦ୍ୟାଙ୍କ ଦବ୍‌ଦବା ବେଶ୍ ରହିଛି। ସେ ଯେତିକି ସଫଳ ସେତିକି ପ୍ରସିଦ୍ଧ ଅଭିନେତ୍ରୀ। ଏବେ ବିଦ୍ୟାଙ୍କ ନାଁରେ ଆଉ ଏକ ସଫଳତା ଯୋଡି ହୋଇଛି। କାଶ୍ମୀର ଗୁଲମର୍ଗରେ ସୈନ୍ୟ ଫାୟାରିଂ ରେଞ୍ଜର ନାଁ ବିଦ୍ୟା ବାଲନ୍‌ଙ୍କ ନାମରେ ନାମିତ ହୋଇଛି।

ନିକଟରେ ବିଦ୍ୟାଙ୍କ ଫିଲ୍ମ ‘ଶେରନୀ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏହି ଫିଲ୍ମଟି ହିଟ୍ ହେବା ସହ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସେଜ୍ ଏକାଡେମୀ ରେ ସାମିଲ ହେବ ପାଇଁ ୩୯୫ ନୂଆ ଅଭିନେତୀଙ୍କ ମଧ୍ୟରୁ ବିଦ୍ୟା ବାଲାନ୍ ଏକମାତ୍ର ଅଭିନେତ୍ରୀ ଭାବରେ ସାମ୍ନାକୁ ଆସିଛନ୍ତି।

ବିଦ୍ୟା ବାଲାନ ଚଳିତ ବର୍ଷ ଆରମ୍ଭରେ କାଶ୍ମୀରରେ ଗୁଲମର୍ଗ ଶୀତକାଳୀନ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଯାହା ଭାରତୀୟ ସେନା ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଅଭିନେତ୍ରୀଙ୍କ ସଫଳତାକୁ ସମ୍ମାନ ଜଣାଇ ଭାରତୀୟ ସେନା ଗୁଲମର୍ଗ ଫାୟାରିଂ ରେଞ୍ଜ ନାଁକୁ ‘ବିଦ୍ୟା ବାଲନ୍ ଫାୟରିଂ ରେଞ୍ଜ’ରେ ନାମକରଣ କରିଛି।

ଭାରତୀୟ ସେନା ଗୁଲମର୍ଗ ଫାୟାରିଂ ରେଞ୍ଜ ନାଁକୁ ‘ବିଦ୍ୟା ବାଲନ୍ ଫାୟରିଂ ରେଞ୍ଜ’ରେ ନାମକରଣ କରିଛି।

ବିଦ୍ୟା ବାଲନ୍ ସର୍ବଦା ମହିଳା ସଶକ୍ତିକରଣ ଏବଂ ଅନେକ ସାମାଜିକ ପ୍ରସଙ୍ଗକୁ ନେଇ ନିଜ ମତ ରଖନ୍ତି, ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୁଅନ୍ତି। ବହୁମୁଖୀ ପ୍ରତିଭାର ଅଭିନେତ୍ରୀ ରୂପେ ପରିଚିତ ବିଦ୍ୟା ୨୦୦୫ରେ ଫିଲ୍ମ ‘ପରିଣୀତା’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ପାଇଥିଲା । ବିଦ୍ୟା ବାଲାନ୍ ୧୯୯୫ ମସିହାରେ ଟିଭି ଶୋ ‘ହମ୍ ପାଞ୍ଚ୍’ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

The post ଫାୟାରିଂ ରେଞ୍ଜର ନାଁ ବିଦ୍ୟା ବାଲନ୍‌ appeared first on Odisha Reporter.



from Odisha Reporter https://ift.tt/3xk0tl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages