ଅଗଷ୍ଟ ୯ରେ ରାଜ୍ୟସଭା ପାଇଁ ଉପ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ଅଗଷ୍ଟ ୯ରେ ରାଜ୍ୟସଭା ପାଇଁ ଉପ ନିର୍ବାଚନ

ନୂଆଦିଲ୍ଲୀ: ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗରୁ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ହେବ। ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟିଏମସି ତରଫରୁ ରାଜ୍ୟସଭାକୁ ଯାଇଥିବା ଦୀନେଶ ତ୍ରିବେଦୀ ଠିକ୍‌ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

ସେ ଦଳରେ ଅଣନିଃଶ୍ୱାସୀ ହେଇଯାଉଥିବା ଅଭିଯୋଗ କରି ଏପରି ପଦକ୍ଷେପ ନେଇଥିଲେ। ଫେବୃଆରୀ ୧୨ରେ ସେ ଆସନ ଛାଡ଼ିଥିଲେ। ଟିଏମସି ଛାଡ଼ିବା ପରେ ସେ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ମାସରେ ଶେଷ ହେବ। ତେଣୁ ଉପ ନିର୍ବାଚନରେ ରାଜ୍ୟସଭାକୁ ଯିଏ ଯିବେ, ସେ ୨୦୨୬ ଯାଏ କାର୍ଯ୍ୟ କରିବେ।

ନିର୍ବାଚନ କମିଶନ କହିଛନ୍ତି, ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜୁଲାଇ ୨୨ରେ ପ୍ରକାଶ ପାଇବ। ଭୋଟ ଗ୍ରହଣ ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ଭୋଟ ଦାନ ପରେ ସେହିଦିନ ହିଁ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଉପ ନିର୍ବାଚନ ବେଳେ ସମସ୍ତେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବେ।

ପଶ୍ଚିମବଙ୍ଗରେ ଟିଏମସି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଏହି ରାଜ୍ୟସଭା ଆସନ ଦଳ ଖାତାକୁ ଯିବ ବୋଲି କୁହାଯାଉଛି।

ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଓ ଲୋକସଭା ଆସନରେ ଉପ ନିର୍ବାଚନ କରିବାକୁ ମନା କରିଦେଇଥିଲେ।

The post ଅଗଷ୍ଟ ୯ରେ ରାଜ୍ୟସଭା ପାଇଁ ଉପ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/3rfBQUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages