ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ବ୍ୟାଡ୍ ମିଣ୍ଟନ୍ ଷ୍ଟାର ପି.ଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ମହିଳା ଏକକ ବର୍ଗରେ ସେ ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

ସିନ୍ଧୁ ଆଜି ଡେନ୍ମାର୍କର ମିଆ ବ୍ଲିଚ୍‌ଫେଲ୍ଡଙ୍କୁ ୨୧-୧୫ ଓ ୨୧-୧୩ ଗେମ୍‌ରେ ପରାସ୍ତ କରିଛନ୍ତି। ପ୍ରି-କ୍ୱାର୍ଟରର ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର ୪୧ ମିନିଟ୍‌ରେ ଜିତି ନେଇଥିଲେ।

ଶୁକ୍ରବାର (ଆସନ୍ତାକାଲି) ସିନ୍ଧୁ ତାଙ୍କ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ। ରାଉଣ୍ଡ ୧୬ରେ ଏକ ମ୍ୟାଚ୍‌ରେ ଜାପାନର ଆକେନ୍ ୟାମାଗୁଚି ଓ କିମ୍‌ଙ୍କ ମଧ୍ୟରୁ ଯିଏ ଜିତିବେ, ସେ କ୍ୱର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ବିରୋଧରେ ଖେଳିବେ।

ଅନ୍ୟପକ୍ଷରେ ତୀରନ୍ଦାଜରେ ପୁରୁଷ ବ୍ୟକ୍ତିଗତ ବର୍ଗରେ ଅତନୁ ଦାସ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ସେ ତାଇୱାନର ୟୁ ଚେଙ୍ଗ୍ ଡେଙ୍ଗଙ୍କୁ ୬-୪ରେ ପରାସ୍ତ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା। ଗୋଟିଏ ସମୟରେ ଏହି ଦୁଇ ଖେଳାଳି ୪-୪ରେ ରହିଥିଲେ। କିନ୍ତୁ ଶେଷ ସେଟ୍‌ରେ ବାଜି ମାରି ନେଇଥିଲେ ଅତନୁ।

ସୂଚନାଯୋଗ୍ୟ, ଭାରତୀ ପୁରୁଷ ହକି ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପୁଲ୍‌ ‘ଏ’ର ଦଳ ୪ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ହାସଲ ପୂର୍ବକ ୯ ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି।

The post ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ appeared first on Odisha Reporter.



from Odisha Reporter https://ift.tt/3rDSopk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages