ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ, ପାଇଲା ପୋଡ଼ା ଦାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ, ପାଇଲା ପୋଡ଼ା ଦାଗ

ପାରଳାଖେମୁଣ୍ଡି(ଆଦର୍ଶ ଦାସ):  ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ହେଲା ନୂଆ ଖୁଲାସା। କ୍ରାଇମବ୍ରାଞ୍ଚ ଟିମ୍‌ ଆଜି ସୌମ୍ୟଙ୍କ କ୍ୱାର୍ଟର୍ସରେ ତଦନ୍ତ କରୁଥିବା ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଛନ୍ତି  କ୍ରାଇମବ୍ରାଞ୍ଚ ଡିଏସ୍‌ପି।

ପାରଳାଖେମୁଣ୍ଡି ପୁଲିସ୍‌ ସହ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଆଜି ସୌମ୍ୟଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ।, ଘଟଣାସ୍ଥଳ, ରୋଷେଇ ଘର, ଘର ଚାରିପାଖ ତଥା ଝରକା ପାଖ ବି ବୁଲି ଦେଖିଥିଲେ। ହେଲେ ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ  ଲାଗିଲା, ଏହି ଘଟଣା ଘରେ ହୋଇଥିଲା, ନା ବାହାରେ ହୋଇଥିଲା ସେ ନେଇ ପାଟି ଫିଟାଇ ନାହାନ୍ତି ତଦନ୍ତକାରୀ ଟିମ୍‌।

ଏହାବାଦ ଘରେ  ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ, ସେହି ସମୟରେ ବିଦ୍ୟାଭାରତୀ କ’ଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍  । ଘରେ ନିଆଁ ଲାଗିଥିଲେ, କିପରି କେହି ଜାଣିପାରିଲେ ନାହିଁ, ତେଣୁ ବାହାରେ ସୌମ୍ୟଙ୍କ ଦେହରେ ନିଆଁ ଲଗାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏହାର ତଦନ୍ତ ହେଉଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି।

ଅପରପକ୍ଷେ,  ଏହି ଚାଞ୍ଚଲ୍ୟକର ଘଟଣାରେ ବାରମ୍ବାର ନାଁ ଉଠୁଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିବ ତଦନ୍ତକାରୀ ଟିମ୍   । ତା ସହିତ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ । ସୌମ୍ୟରଂଜନଙ୍କ ମୃତ୍ୟୁ  ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ । ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି ।

ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଅାଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା । ତେବେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ।

The post ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚ, ପାଇଲା ପୋଡ଼ା ଦାଗ appeared first on Odisha Reporter.



from Odisha Reporter https://ift.tt/3y3Rcy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages