ବିବାଦରେ ବେବୋଙ୍କ ‘ପ୍ରେଗନାନ୍ସୀ ବାଇବେଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ବିବାଦରେ ବେବୋଙ୍କ ‘ପ୍ରେଗନାନ୍ସୀ ବାଇବେଲ’

ମୁମ୍ବାଇ: ବଢ଼ୁଛି ବଲିଉଡର ବେବୋଙ୍କ ଅଡୁଆ । ଫସିଛନ୍ତି କରୀନା କପୁର ଖାନ୍। ତାଙ୍କ ନାଁରେ ଆସିଛି ପୁଣି ଆଉ ଏକ ସାଙ୍ଘାତିକ ଅଭିଯୋଗ। ଏପରିକି ତାଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।
କରୀନା କିଛି ଦିନ ପୂର୍ବରୁ ତାଙ୍କ ପୁସ୍ତକ ‘କରୀନା କପୁର ଖାନ୍ ପ୍ରେଗନାନ୍ସୀ ବାଇବେଲ’ ଲଞ୍ଚ କରିଥିଲେ। ଏଥିରେ ସେ ନିଜ ଗର୍ଭବତୀ ହେବା ସମୟର ଅନୁଭୂତିକୁ ସେଆର କରିଛନ୍ତି। ତେବେ ଏହି ପୁସ୍ତକଙ୍କୁ ନେଇ ବିବାଦରେ ଫସିଛନ୍ତି କରୀନା। ବେବୋ ଏହି ବହି ଜରିଆରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଗତ କିଛିଦିନ ପୂର୍ବରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶରେ ଅଭିନେତ୍ରୀଙ୍କ ବିରୋଧରେ ପୁଣି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଓମତି ପୁଲିସ ଷ୍ଟେସନରେ କରୀନାଙ୍କ ବିରୋଧରେ ସର୍ଭା ଖ୍ରୀଷ୍ଟିଆନ ସଭା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଜୁଲାଇ ୧୯ ରେ କରାଯାଇଥିଲା। ଅଭିଯୋଗରେ ସର୍ଭା ଖ୍ରୀଷ୍ଟିଆନ କରୀନାଙ୍କ ପୁସ୍ତକ ବିରୋଧରେ ଆପତ୍ତି ଉଠାଇଛନ୍ତି ଏବଂ ‘ବାଇବଲ’ ଶବ୍ଦ ହଟାଇବାକୁ କହିଛନ୍ତି।

ଏହାପୂର୍ବରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ମଧ୍ୟ କରୀନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ପୁସ୍ତକର ନାଁକୁ ନେଇ ବିରୋଧ କରିଥିଲେ। ଆଲଫା ଓମେଗା ଖ୍ରୀଷ୍ଟିଆନ ଫେଡେରେଶନର ସଭାପତି ଆଶିଷ ସିନ୍ଦେ କହିଥିଲେ ଯେ ଏହି ପବିତ୍ର ନାମ ବାଇବଲ ପୁସ୍ତକ ଆଖ୍ୟାରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁଥିପାଇଁ ଖ୍ରୀଷ୍ଟିଆନମାନଙ୍କର ଧାର୍ମିକ ଭାବନା କ୍ଷତିଗ୍ରସ୍ତ ହୋଇଛି।

କିଛି ଦିନ ପୂର୍ବେ କରୀନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଥିଲେ ଯେ ସେ ତାଙ୍କ ପୁସ୍ତକ ‘କରୀନା କପୁର ଖାନ୍ ପ୍ରେଗନାନ୍ସୀ ବାଇବେଲ’ରେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣର ସମୟର ଯାତ୍ରା ବିଷୟରେ ବଖାଣିଛନ୍ତି। ଯେଉଁଥିରେ ଭଲ ଏବଂ ଖରାପ ଦିନର ଅନୁଭୂତି କୁହାଯାଇଛି।

The post ବିବାଦରେ ବେବୋଙ୍କ ‘ପ୍ରେଗନାନ୍ସୀ ବାଇବେଲ’ appeared first on Odisha Reporter.



from Odisha Reporter https://ift.tt/3iz4yvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages