‘ଲକ୍ଷେ ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ’, ଏଭଳି କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ, ଶେଷରେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

‘ଲକ୍ଷେ ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ’, ଏଭଳି କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ, ଶେଷରେ..

କଟକ(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ ଟଙ୍କା। । ଏଭଳି ଲୋଭନୀୟ ଅଫର୍‌ ଶୁଣି ରାତାରାତି ମାଲାମାଲ ହେବା ଆଶାରେ ଟଙ୍କା ଦେଇ ଏବେ ପଶ୍ଚାତାପ କରୁଛନ୍ତି ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି। ଆଉ ଏଭଳି ଠକାମୀ କରି ଲୋକଙ୍କୁ ଚୂନ ମାରିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚାରା କରୁଛି କମିଶନରେଟ ପୁଲିସ୍‌। ଅଟକ ବ୍ୟକ୍ତିଙ୍କ ନାମ ସାକିର ଅଲୀ।

ଜୀବନ ବୀମା  ସହ କମ ଅବଧିରେ ଅଧିକ ଟଙ୍କା  ଫେରସ୍ତ  ପାଇବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ସାକିର ।  ଅଧିକ ଲାଭର ପ୍ରତିଶ୍ରୁତି ପାଇ ଲୋକମାନେ ବି ଫସି ଯାଉଥିଲେ। ଏହାର ଫାଇଦା ଉଠାଇ ଲକ୍ଷାଧିକ ଟଙ୍କା ଠକୁଥିଲେ ସାକିର ।  ବୀମା କରି ସାରିବେ ପରେ ଆଉ ଧରାଛୁଆଁ ଦେଉ ନ ଥିଲେ।

ଅଟକ ବ୍ୟକ୍ତିଙ୍କ ନାମ ସାକିର ଅଲୀ।

୧ ଲକ୍ଷ ଟଙ୍କା ଜମା କଲେ ୩ ମାସ ମଧ୍ୟରେ ଲାଭ ସହ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ସାକିର ପ୍ରାୟ ୧୪ ଜଣଙ୍କଠାରୁ  ଟଙ୍କା ନେଇଥିଲେ। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କୌଣସି ଏକ ବ୍ୟାଙ୍କରେ ଜୀବନ ବୀମା ମଧ୍ୟ କରି ଦେଇଥିଲେ ।  ହେଲେ ବର୍ଷ ପରେ ବର୍ଷ ବିତିଯିବା ପରେ ଆଉ ଟଙ୍କା ଫେରାଇବାକୁ ଧରା ଛୁଆଁ ଦେଇ ନ ଥିଲେ।

ଠକାମୀର ଶିକାର ହୋଇଥିବା ବ୍ୟକ୍ତି ବିଭିନ୍ନ ଆଡ଼େ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଉ ନ ଥିଲେ। ମାତ୍ର ଗତକାଲି ସେ ବଜାରରେ ବୁଲୁଥିବା ଦେଖି ଠକାମୀର ଶିକାର ଅବଦୁଲ ନାମକ ବ୍ୟକ୍ତି ତାଙ୍କୁ ଧରିଥିଲେ । ଏହାପରେ ସାକିର ନାମକ ବ୍ୟକ୍ତିଙ୍କୁ କମିଶନରେଟେ ପୁଲିସର ଜିମା ଦେଇଥିଲେ । ପୁଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିଛି।

The post ‘ଲକ୍ଷେ ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ’, ଏଭଳି କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ, ଶେଷରେ.. appeared first on Odisha Reporter.



from Odisha Reporter https://ift.tt/3hTXXvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages