ଏଣିକି ପ୍ରଥମ ଶ୍ରେଣୀରୁ ସଂସ୍କୃତ ପଢ଼ିବେ ପିଲା, ସିଲାବସ୍‌ରେ ଧାରା ୩୭୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ଏଣିକି ପ୍ରଥମ ଶ୍ରେଣୀରୁ ସଂସ୍କୃତ ପଢ଼ିବେ ପିଲା, ସିଲାବସ୍‌ରେ ଧାରା ୩୭୦

ଲକ୍ଷ୍ନୌ: ଏଣିକି ସଂସ୍କୃତ ପାଠକୁ ପ୍ରଥମ ଶ୍ରେଣୀରୁ ପିଲାକୁ ପଢ଼ିବାକୁ ହେବ। ଉତ୍ତର ପ୍ରଦେଶର ବେସିକ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ସେହିପରି ୪ର୍ଥ ଓ ୫ ଶ୍ରେଣୀ ପିଲାଙ୍କ ପାଠ୍ୟ ଖସଡ଼ାରେ ବୈଦିକ ଗଣିତକୁ ସାମିଲ କରାଯାଇଛି। ପିଲାମାନଙ୍କୁ ପିଲାଟି ବେଳକୁ ଉଚିତ ଶିକ୍ଷାଦାନ ଦେବାକୁ ଏପରି ବ୍ୟବସ୍ଥା ହୋଇଥିବା କୁହାଯାଉଛି।

ଏହାବାଦ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ପାଠପଢ଼ୁଥିବା ପିଲାମାନଙ୍କ ସିଲାବସ୍‌ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଘଟଣାର ତଥ୍ୟକୁ ସାମିଲ କରାଯାଇଛି। ଗୁରୁ ଗୋବିନ୍ଦ ସିଂହଙ୍କ ବୀରତା ସମ୍ପର୍କରେ ମଧ୍ୟ ସ୍କୁଲରେ ପଢ଼ାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଏପରି ସିଲାବସ୍‌କୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ଛୋଟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବିଜେପି ନିଜର ଏଜେଣ୍ଡା ପ୍ରଚାର କରିବାକୁ ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ କହିଛନ୍ତି, ଏହା କେବଳ ସଂସ୍କୃତ ପାଠକୁ ନେଇ ନୁହେଁ। ଅନ୍ୟ ବିଷୟବସ୍ତକୁ ମଧ୍ୟ ସାମାନ୍ତରଳ ଭାବେ ସାମିଲ କରାଯିବା ଦରକାର।

ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହେବା ଉଚିତ ସତ, ହେଲେ କେବଳ ସରକାର କରିଥିବା କାମ ଗୁଡ଼ିକ ପ୍ରଚାର କରି ଏହାକୁ କେବେ ବି ହାସଲ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ମୌଲାନା ସୁଫିଆନ ନିଜାମି କହିଛନ୍ତି, ଧାରା ୩୭୦ରେ ଉଚ୍ଛେଦ ଘଟଣା ଏବେ ବି ସୁପ୍ରିମକୋର୍ଟରେ ରହିଛି। ତେଣୁ ଏଭଳି ଏକ ବିବାଦୀୟ ବିଷୟବସ୍ତୁକୁ ପିଲାଙ୍କ ସିଲାବସ୍‌ରେ ସାମିଲ କରାଯିବା ଠିକ୍‌ ନୁହେଁ। ସଂସ୍କୃତକୁ ପାଠ୍ୟକ୍ରମରେ ସାମିଲ କରାଯିବା ଭଲ। କିନ୍ତୁ ବିକଳ୍ପ ଭାବେ ଉର୍ଦ୍ଦ୍ୱୁକୁ ମଧ୍ୟ ରଖାଯିବା ଉଚିତ।

The post ଏଣିକି ପ୍ରଥମ ଶ୍ରେଣୀରୁ ସଂସ୍କୃତ ପଢ଼ିବେ ପିଲା, ସିଲାବସ୍‌ରେ ଧାରା ୩୭୦ appeared first on Odisha Reporter.



from Odisha Reporter https://ift.tt/3yvKQr1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages