ହଠାତ୍‌ ଦେଶରେ ବଢ଼ିଲା କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ହଠାତ୍‌ ଦେଶରେ ବଢ଼ିଲା କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ତଳମୁହାଁ ହେଉଥିବା ଦେଶର କରୋନା ଗ୍ରାଫ ଆଜି ହଠାତ୍‌ ବଢ଼ି ଯାଇଛି। କିଛି ଦିନ ହେଲା ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହୁଥିଲା। ହେଲେ ୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛି। ସେହିପରି ଗତକାଲି ତୁଳନାରେ ଆଜି ଅଧିକ ୪୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ସଂକ୍ରମଣ ହଠାତ୍‌ ବଢ଼ିବାରୁ ସମସ୍ତଙ୍କ ମନରେ ପୁଣିଥରେ ଛନକା ପଶିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୩, ୭୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୩୪,୭୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ଅର୍ଥ ଦୈନିକ ସଂକ୍ରମଣ ପ୍ରାୟ ୧୦ ହଜାର ବଢ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୬,୬୩,୬୬୫କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ କରୋନା ଆଉ ୯୩୦ ଜଣଙ୍କ ଜୀବନ ନେଇଛି। ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୫୫୩ ଜଣଙ୍କ ଜୀବନ କିଲର କରୋନାରେ ଆକ୍ରାନ୍ତ ହୋଇ ଯାଇଥିବା ସୂଚନା ଦେଇଥିଲା। ଏହାର ଅର୍ଥ ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୦୪,୨୧୧ରେ ପହଞ୍ଚି ଯାଇଛି।

ତେବେ କ୍ରମାଗତ ଭାବେ ଆରୋଗ୍ୟ ହାର ବଢ଼ୁଥିବାରୁ ଆକ୍ଟିଭ କେସ୍‌ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୯୭.୧୮% ରହିଛି। ୨୪ ଘଣ୍ଟାରେ ୪୭,୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୭,୯୯,୫୩୪ରେ ପହଞ୍ଚି ଯାଇଛି। ଦେଶରେ ସକ୍ରିୟ ମାମଲା ୪,୫୯,୯୨୦ ରହିଛି। ଗତକାଲି ତୁଳନାରେ ଆଜି ସକ୍ରିୟ ମାମଲା ୪୪୩୭ ହ୍ରାସ ପାଇଛି।


ଦିନକରେ ୧୯,୦୭,୨୧୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭିଟି ରେଟ୍‌ ୩% ତଳେ ରହିଛି। ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଜାନୁଆରୀ ୧୬ରୁ ଇତି ମଧ୍ୟରେ ୩୬,୧୩,୨୩,୫୪୮ ଡୋଜ୍‌ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ୩୬,୦୫,୯୯୮ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି।

The post ହଠାତ୍‌ ଦେଶରେ ବଢ଼ିଲା କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3jQKgzO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages